ହାଇଦ୍ରାବାଦ ଦମ୍ପତ୍ତି ମନ୍ଦିରକୁ ଦାନ କଲେ ୪ କୋଟିର ‘ସୂର୍ୟ୍ୟ କଟାରୀ’

0

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ତିରୁମାଳା ତିରୁପତି ବାଲାଜୀ ମନ୍ଦିର ଅନ୍ୟତମ । ପ୍ରଭୁ ଭେଙ୍କଟେଶ୍ୱର ସ୍ୱାମୀଙ୍କୁ ଭକ୍ତମାନେ କୋଟି କୋଟି ଟଙ୍କା ଦାନ କରନ୍ତି । ଏହି କ୍ରମରେ ହାଇଦ୍ରାବାଦର ଶ୍ରୀନିବାସ ଦମ୍ପତି ୧.୮ କୋଟି ଟଙ୍କାର ଏକ ସୁନା ଖଣ୍ଡା ମନ୍ଦିରକୁ ଦାନ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ବର୍ତ୍ତମାନ ଏହି ଖଣ୍ଡାର ମୂଲ୍ୟ ପାଖାପାଖି ୪ କୋଟି ଟଙ୍କା । ଏହି ଦମ୍ପତି ଗତ ବର୍ଷ ମନ୍ଦିରକୁ ସୁନା ଖଣ୍ଡା ଦାନ କରିବାକୁ ଚାହୁଁଥିଲେ କିନ୍ତୁ ମହାମାରୀ ଯୋଗୁ ତାହା ସମ୍ଭବ ହେଲା ନାହିଁ । ଏହି ଦମ୍ପତି ମନ୍ଦିରରେ ପହଞ୍ଚି ମନ୍ଦିର ପ୍ରଶାସନକୁ ସୁନାର ଖଣ୍ଡା ଦାନ କରିଛନ୍ତି । ଗଣମାଧ୍ୟମ ସମ୍ମୁଖରେ ସେମାନେ ଖଣ୍ଡାକୁ ଓଜନ କରି ତାହା ୬.୫ କିଲୋର ବୋଲି ଜଣାଇଛନ୍ତି । ପ୍ରଭୁ ଭେଙ୍କଟେଶ୍ୱର ସ୍ୱାମୀଙ୍କ ପାଦ ପାଖରେ ସେମାନେ ଖଣ୍ଡାଟିକୁ ରଖିଛନ୍ତି । ସୁନା ଖଣ୍ଡାର ନାମ ‘ସୂର୍ୟ୍ୟ କଟାରୀ’ ।

Leave A Reply

Your email address will not be published.

13 − 9 =