ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0

ତେଲୁଗୁ ଟେଲିଭିଜନ୍ ଅଭିନେତ୍ରୀ କୋଣ୍ଡାପାଲି ଶ୍ରାବଣୀଙ୍କ ଝୁଲନ୍ତା ମୃତଦେହକୁ ହାଇଦ୍ରାବାଦର ଏସ୍‌ଆର୍ ନଗର ସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ରାତିରେ ଏହି ଘଟଣା ଘଟିଥିଲା। ରାତି ୯ଟାରୁ ୧୦ଟା ମଧ୍ୟରେ ଶ୍ରାବଣୀ ନିଜ ବେଡ୍‌ରୁମ୍‌ରେ ଥିଲେ। ସେହି ସମୟରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ସେତେବେଳେ ଘରେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଥିଲେ।ପୁଲିସ୍ ତାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାସ୍ଥଳକୁ ଯାଞ୍ଚ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସେ ଆତ୍ମହତ୍ୟା କରିଛନ୍ତି ନା ଆଉ କିଛି ଘଟିଛି, ତାହା ସ୍ପଷ୍ଟ ହେବ ବୋଲି ଏସ୍‌ଆର୍ ନଗର ପୁଲିସ୍ ପକ୍ଷରୁ କୁହାଯାଇଛି। ପୁଲିକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଶ୍ରାବଣୀ ପୂର୍ବରୁ ଦେବରାଜ ନାମକ ଜଣେ ବ୍ୟକ୍ତିଙ୍କ ସହିତ ରହୁଥିଲେ। ଜୁନ୍ ମାସରେ ସେ ଦେବରାଜଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଥିଲେ। କିନ୍ତୁ ଏଇ କିଛି ଦିନ ହେବ ଶ୍ରାବଣୀ ପୁଣି ସେହି ବ୍ୟକ୍ତିଭ୍କ ସହିତ ମିଶାମିଶି କରୁଥିଲେ। ତେଣୁ ମଙ୍ଗଳବାର ତାଙ୍କ ପରିବାର ଲୋକେ ଏ ବିଷୟରେ ତାଙ୍କୁ ପ୍ରଶ୍ନ କରିଥିଲେ। ତା’ପରେ ରାତିରେ ସେ ଆତ୍ମହତ୍ୟା କରିଥିଲେ ବୋଲି କୁହାଯାଉଛି।

ଦେବରାଜଙ୍କ ନାଁରେ ପୁଲିସ୍ ଏକ ମାମଲା ରୁଜୁ କରିଛି। ତେବେ ତାଙ୍କୁ ଗିରଫ କରାଯାଇନାହିଁ। ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି।

Leave A Reply

Your email address will not be published.

sixteen + 4 =