ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଧମକ

0

କୋଲକାତା : ଟେଲି ଅଭିନେତ୍ରୀ ପ୍ରତ୍ୟୁଷା ପୌଲଙ୍କୁ ସୋସିଆଲ ମିଡିଆରେ ଲଗାତାର ଭାବେ ଦୁଷ୍କର୍ମ ଧମକ ମିଳୁଛି । ଏହା ସହ ଅଶ୍ଳୀଳ ୱେବସାଇଟରେ ତାଙ୍କର କିଛି ଫଟୋ ମଧ୍ୟ ପୋଷ୍ଟ ହେଉଛି । ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ପୁରା ମାମଲା ବିଷୟରେ ପ୍ରତ୍ୟୁଷା ପୌଲ କହିଛନ୍ତି କି , ଗତ ବର୍ଷେ ହେଲା ଏଭଳି ଧମକ ମେସେଜ ଆସୁଛି । ମୁଁ ପ୍ରଥମେ ଏଭଳି ଧମକକୁ ଅଣଦେଖା କରିଥିଲି, କିନ୍ତୁ ବର୍ତ୍ତମାନ ଏହା ସୀମା ବାହାରକୁ ଅତିକ୍ରମ କରିସାରିଛି । ଏଥିପାଇଁ ମୁଁ ପୋଲିସ୍‌ ନିକଟରେ ଅଭିଯୋଗ କରିଛି । ଏହା ସହ ସେ କହିଛନ୍ତି କି, ଏଭଳି ବ୍ୟକ୍ତିମାନେ ମୋର ଅଶ୍ଲୀଳ ଫଟୋକୁ ୱେବସାଇଟରେ ଛାଡିବା ସହ ମୋ ମାଆ ଓ ମୋ ସାଙ୍ଗମାନଙ୍କ ନିକଟକୁ ପଠାଇଥିଲେ ।

Leave A Reply

Your email address will not be published.

3 × 1 =