ଅର୍ଥ ହଡପ ଘଟଣାରେ ଭିଜିଲାନ୍ସର ୨ଜଣିଆ ଟିମ୍‌ ଚଢାଉ

0

ଜଳେଶ୍ୱର : ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅଧିନ ଆଦିବାସୀ ଅଧ୍ୟୁସିତ ରାଇବଣିଆ ଅଞ୍ଚଳରେ ଥିବା କଳମା ପଂଚାୟରେ ପ୍ରାୟ ୩୩ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ଟଙ୍କା ହରିଲୋଟ ହୋଇଥିବାର ଏକ ଅଭିଯୋଗ ହୋଇଥିଲା । ପଂଚାୟତର ସରପଂଚ ରିତାଞ୍ଜଳି ବେହେରା ଙ୍କ ସ୍ୱାମୀ ଲକ୍ଷ୍ମୀ ନାରାୟଣ ବେହେରା ଓ ପାଖ ବରଡିହା ପଂଚାୟତର ପିଅନ୍‌ ଗୌରଚରଣ ହୁଇଙ୍କ ନାମରେ ଗତ ୪ ବର୍ଷ ମଧ୍ୟରେ ପଂଚାୟତର ୨ଟି ଖାତାରୁ ୩୩ ଲକ୍ଷ ଟଙ୍କା ଅର୍ଥ ଉଠାଣ ହୋଇଛି । ଏପରିକି ବିଭିନ୍ନ ପ୍ରକଳ୍ପ ନାମରେ ଲକ୍ଷ ଲକ୍ଷ ଟଙ୍କା ଉଠାଣ ହୋଇଥିଲେ ମଧ୍ୟ ପ୍ରକଳ୍ପର ଚିହ୍ନ ବର୍ଣ୍ଣ ନ ଥିବାରୁ କନିଷ୍ଠ ଯନ୍ତ୍ରୀଙ୍କ ସଂପକୃ୍‌ିକୁ ଏଡାଇ ଦିଆଯାଇପାରିବ ନାହିଁ ବୋଲି କୁହାଯାଉଛି । ଏ ସମ୍ପର୍କରେ ଆଜି ଗୁରୁବାର ଅପରାହ୍ନରେ ଭିଜିଲାନ୍ସ ଡିଏସ୍‌ପି ଏସ୍‌ ହେମ୍ବ୍ରମଙ୍କ ନେତୃତ୍ୱରେ ୨ଜଣିଆ ଟିମ୍‌ ତଦନ୍ତ ଲାଗି ଅଭିଯୁକ୍ତ ଘର ଓ ପଂଚାୟତ କାର୍ଯ୍ୟାଳୟକୁ ଆସିଥିଲେ ମଧ୍ୟ କାହାରିକୁ ନ ପାଇ ଫେରି ଯାଇଛନ୍ତି । ଅଭିଯୋଗ ସଂପର୍କରେ ସେମାନେ ସ୍ଥାନୀୟ କିଛି ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରି ଫେରିଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.

11 − one =