ଆଫଗାନିସ୍ତାନରେ ବଢିବାରେ ଲାଗିଛି ତାଲିବାନର ପ୍ରଭାବ

0

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ତାଲିବାନର ସଦସ୍ୟ ଆଫଗାନିସ୍ତାନର ଅନେକ ଜିଲ୍ଲାକୁ ନିଜ କବଜାକୁ ନେଇ ସାରିଲେଣି । ଆଫଗାନିସ୍ତାନର ସାଂପ୍ରତିକ ସ୍ଥିତିକୁ ଦେଖି ଭାରତ ସମେତ ଅନେକ ଦେଶ ଚିନ୍ତାବ୍ୟକ୍ତ କଲେଣି । ଉକ୍ତ ଦେଶର ଅନେକ ଭାରତୀୟ ନାଗରିକ ରହୁଛନ୍ତି । ସେମାନଙ୍କ ସୁରକ୍ଷାକୁ ନେଇ ଭାରତ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନରେ ତାଲିବାନର ବଢୁଥିବା ପ୍ରଭାବକୁ ଦୃଷ୍ଟିରେ ରଖି ଭାରତ ନିଜ ଅଧିକାରୀ ଓ ନାଗରିକଙ୍କୁ ସ୍ୱଦେଶ ଆଣିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଆଫଗାନିସ୍ତାନରେ କାବୁଲ, କାନ୍ଧାର ଓ ମଜାର ଏ ସରିଫ ସହରରେ ଥିବା ଭାରତର କର୍ମଚାରୀ ଓ ଅଧିକାରୀଙ୍କୁ କାଢିବାର ଯୋଜନା ଉପରେ କାମ କରାଯାଉଛି । ତାଲିବାନର ଆକ୍ରମଣ ଭୟରେ ଆଫଗାନ ଅଧିକାରୀ ନିଜର ସରକାରୀ ନିୟନ୍ତ୍ରଣରେ ଥିବା କ୍ଷେତ୍ରରୁ ପଳାୟନ କରିବାରେ ଲାଗିଛନ୍ତି । ତାଲିବାନ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ନିଜ କବଜାକୁ ନେବାରେ ଲାଗିଛନ୍ତି ।

Leave A Reply

Your email address will not be published.

10 + eighteen =