ଆଫଗାନିସ୍ତାନ ୨୬୨ଜଣ ତାଲିବାନ ଆତଙ୍କବାଦୀଙ୍କୁ ହତ୍ୟା କଲା

0

ନୂଆଦିଲ୍ଲୀ: ଆଫଗାନିସ୍ତାନ ସେନା ତାଲିବାନର ୨୬୨ ଆତଙ୍କବାଦୀଙ୍କ ମାରିଛି । ଏନେଇ ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରାଳୟ ଘୋଷଣା କରିଛି । ଏହି ଅଭିଯାନ ସମୟରେ ଆହୁରି ୧୭୬ଜଣ ଆତଙ୍କବାଦୀ ଆହତ ହୋଇଛନ୍ତି ଏବଂ ୨୧ଟି ଆଇଇଡି ବା ଲ୍ୟାଣ୍ଡ୍‌ ମାଇନ ଅକାମି କରାଯାଇଛି ବୋଲି କହିଛନ୍ତି । ଲଗମାନ, ନାନଗରହର, ନୁରିସ୍ତାନ, କୁଆଁର, ଗଜନି, ପକ୍ତିଆ, କାନ୍ଦାହାର, ହେରାତ, ବାଲ୍‌?କ, ଜେ?ୱାଜ୍ଜାନ ହେଲମାନ୍ଦ, କୁନ୍ଦୁଜ୍‌ ଏବଂ କାପିସା ପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଏଏନଡିଏସଏଫ୍‌ ଅଭିଯାନ ଫଳରେ ୨୬୨ ଜଣ ତାଲିବାନ ଆତଙ୍କବାଦୀ ନିପାତ ହୋଇଥିବା ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତାଲିବାନମାନେ ବିଭିନ୍ନ ସହର ଆକ୍ରମଣ କରିବା ଆଶଙ୍କା ଥିବାରୁ ଶନିବାର ଦିନ ସରକାର ପ୍ରାୟ ସମଗ୍ର ଦେଶରେ କର୍ଫ୍ୟୁ ଜାରି କରିଛନ୍ତି । କାବୁଲ ଏବଂ ଅନ୍ୟ ଦୁଇଟି ପ୍ରଦେଶ ବ୍ୟତୀତ ଅନ୍ୟତ୍ର ରାତି ୧୦ଟାରୁ ଭୋର୍‌ ୪ ପର୍ୟ୍ୟନ୍ତ ସମସ୍ତ ପ୍ରକାର ଚଳପ୍ରଚଳ ଉପରେ କଟକଣା ଲାଗୁ କରାଯାଇଛି ।

Leave A Reply

Your email address will not be published.

sixteen − fourteen =