ତାଲିବାନକୁ ପାକିସ୍ତାନର ନିର୍ଦ୍ଦେଶ, ଆଫଗାନିସ୍ତାନରେ ଭାରତର ସମ୍ପତ୍ତି ନଷ୍ଟ କର

0

ନୂଆଦିଲ୍ଲୀ: ଆଫଗାନିସ୍ତାନ ଆତଙ୍କବାଦୀ ସଂଗଠନ ତାଲିବାନରେ ସାମିଲ ହୋଇଥିବା ପାକିସ୍ତାନ ସେନାକୁ ଆଫଗାନିସ୍ତାନରେ ଥିବା ଭାରତୀୟ ସମ୍ପତ୍ତି ନଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛି । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସ ବା ଆଇଏସ୍‌ଆଇ ଦେଇଛି । ସୂଚନା ଥାଉକି ଗତ ଦୁଇ ଦଶନ୍ଧି ଧରି ଭାରତ ଆଫଗାନିସ୍ତାନର ପୁନର୍ନିର୍ମାଣରେ ଲାଗିଛି । ଏଥିପାଇଁ ୩ ବିଲିୟନ ଆମେରିକୀୟ ଡଲାରର ନିବେଶ କରାଯାଇଛି । ଡେଲାରମ ଓ ଜରାଂଜ ସଲମାନ ବନ୍ଧ ମଧ୍ୟରେ ଥିବା ୨୧୮ କିମି ସଡ଼କ ନିର୍ମାଣ ହେଉ କି ଅଫଗାନ ସଂସଦ ଭବନ ନିର୍ମାଣ ସବୁ ଭାରତ ନିର୍ମାଣ କରିଛି । ତା ସହିତ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଭାରତ ଆଫଗାନିସ୍ତାନକୁ ସହଯୋଗ କରୁଛି । ଶିକ୍ଷା କ୍ଷେତ୍ରରେ ମଧ୍ୟ ଭାରତର ସହଯୋଗ ରହିଛି । ସେଠାକାର ଶିକ୍ଷକମାନଙ୍କୁ ଟ୍ରେନିଂ ଦେବା ସହିତ ପାଠ୍ୟ ଭିତ୍ତିଭୂମି ସଜାଡ଼ିବା ଆଦି ଦିଗରେ ଭାରତ ଆଫଗାନିସ୍ତାନକୁ ସହଯୋଗ କରୁଛି ।
ଆଫଗାନିସ୍ତାନରେ ଭାରତ ନିର୍ମାଣ କରିଥିବା ସମ୍ପତ୍ତି ନଷ୍ଟ କରିବାକୁ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିବା ସେନା ଯବାନକୁ ନିର୍ଦ୍ଦେଶ ଦେଇଛି ପାକିସ୍ତାନ ।
ତାଲିବାନ ଓ ପାକିସ୍ତାନ ଯବାନମାନଙ୍କୁ ବିଶେଷକରି ଆଫଗାନିସ୍ତାନରେ ଥିବା ଭାରତୀୟ ନିର୍ମାଣଗୁଡ଼ିକୁ ନଷ୍ଟ କରିବା ସହିତ ସେଠାରେ ଭାରତୀୟ ସଦ୍‌ଭାବନାର ଚିହ୍ନବର୍ଣ୍ଣ ନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.

five × three =