ଆଫଗାନିସ୍ତାନକୁ ପୁଣି କବଜା କଲା ତାଲିବାନ

0

କାବୁଲ: ଆଫଗାନିସ୍ତାନରେ ତାଲିବାନ ଗୋଷ୍ଠୀ ପୁଣିଥରେ ନିଜର ଆତଙ୍କରାଜ ଆରମ୍ଭ କରିଛି । ଆମେରିକା ସୈନ୍ୟମାନେ ଆଫଗାନିସ୍ତାନ ଛାଡିବା ପ୍ରକ୍ରିୟା ଆରମ୍ଭ କରିବା କ୍ଷଣି ତାଲିବାନ ପୂରା ଦେଶକୁ ନିଜ କବଜାକୁ ନେବା ଲାଗି ଚେଷ୍ଟା କରୁଛି । ଆଫଗାନିସ୍ତାନର ୮୫% ଅଞ୍ଚଳ ତାଲିବାନ ନିଜ କବଜାକୁ ନେଇ ସାରିଥିବା ଦାବି କରିଛି । ତାଲିବାନର ଏହି ବିସ୍ତାରବାଦୀ ନୀତି ପଡଶୀ ଇରାନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିଛି । କାରଣ ଆଫଗାନିସ୍ତାନ ସୀମାକୁ ଲାଗିଥିବା ଇସଲାମ କାଲା ଅଞ୍ଚଳକୁ ତାଲିବାନ ଗୋଷ୍ଠୀ ନିଜ ନିୟନ୍ତ୍ରଣକୁ ନେଇ ସାରିଥିବା କହିଛନ୍ତି । ଏପରି କି ଏଥିରେ ସ୍ଥାନୀୟ ଲୋକମାନେ ସେମାନଙ୍କୁ ସହଯୋଗ କରୁଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ତାଲିବାନ ଇରାନ ସହ ଲାଗି ରହିଥିବା ଆଫଗାନିସ୍ତାନର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ କବ୍‌ଜା କରିଛି । ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର କରୁଥିବାରୁ ଏହାର ସୁଯୋଗ ନେଇ ତାଲିବାନ ଦ୍ରୁତଗତିରେ ନିଜର ସାମ୍ରାଜ୍ୟ ବିସ୍ତାର କରୁଛି ।

Leave A Reply

Your email address will not be published.

four × one =