ୟୁଏଇରେ ହେବ ଟି-୨୦ ବିଶ୍ୱକପ

0

ନୂଆଦିଲ୍ଲୀ : ବିସିସିଆଇ ବଡ ଘୋଷଣା କରିଛି । ଭାରତରେ ହେବନି ଟି-୨୦ ବିଶ୍ୱକପ । ଟି-୨୦ ବିଶ୍ୱକପର ଆୟୋଜନକୁ ନେଇ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ୟୁଏଇରେ ଟି-୨୦ ବିଶ୍ୱକପ ଆୟୋଜନ ହେବ ବୋଲି ବିସିସିଆଇ ନିଷ୍ପତ୍ତି ନେଇଛି । ସୋମବାର ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଏହାର ସୂଚନା ଦେଇଛନ୍ତି । ଟୁର୍ଣ୍ଣାମେଣ୍ଟ ଆୟୋଜନ କେଉଁଠି କରାଯିବ ତାର ନିଷ୍ପତ୍ତି ଜଣାଇବା ପାଇଁ ଆଇସିସି ବିସିସିଆଇକୁ ଜୁନ ୨୮ ପର୍ଯ୍ୟନ୍ତ ତାରିଖ ଦେଇଥିଲା । ଶୁକ୍ଳା କହିଛନ୍ତି, ଆୟୋଜନକୁ ନେଇ ପୂର୍ବରୁ ଯେଉଁ ତାରିଖ ଘୋଷଣା କରାଯାଇଥିଲା ତାହା ହିଁ ରହିବ । ଆଇପିଏଲ ସମାପ୍ତ ପରେ ବିଶ୍ୱକପର ଯୋଗ୍ୟତା ପର୍ଯ୍ୟାୟ ଆରମ୍ଭ ହେବ । ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ଓମାନରେ ଖେଳାଯିବ । ବାକି ମ୍ୟାଚ ୟୁଏଇର ଦୁବାଇ, ଆବୁଧାବି ଓ ସାରଜାରେ ଖେଳାଯିବ । ବିସିସିଆଇର ସମସ୍ତ ଅଧିକାରୀଙ୍କ ସହ ସାଂପ୍ରତିକ କରୋନା ସ୍ଥିତି ବିଷୟରେ ଆଲୋଚନା କରିବା ପରେ ସର୍ବସମ୍ମତି କ୍ରମେ ୟୁଏଇରେ ଟି-୨୦ ବିଶ୍ୱକପ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ।

Leave A Reply

Your email address will not be published.

5 × one =