ସାରା ବାଂଲାଦେଶ ସଟଡାଉନ ଘୋଷଣା କଲେ ସରକାର

0

ବାଂଲାଦେଶରେ ତାଣ୍ଡବ ରଚିଲାଣି ମହାମାରୀ କରୋନା । କୋଭିଡର ମୁକାବିଲା ଲାଗି ସାରା ବାଂଲାଦେଶ ସଟଡାଉନ । ଗୋଟିଏ ଦିନରେ ୧୦୮ ଜଣ ପ୍ରାଣ ହରାଇବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଦେଶ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି । ଗୋଟିଏ ଦିନରେ ଅଧିକ ଲୋକ ପ୍ରାଣ ହରାଇଥିବାରୁ ସରକାର ନେଇଛନ୍ତି ଆଗୁଆ ପଦକ୍ଷେପ । ବିଶେଷ କରି ଢାକାରେ ସ୍ଥିତି ଅଧିକ ଖରାପ ହେଲାଣି । ସେଠାରେ କେବଳ ଜରୁରୀ ସେବାକୁ ବାଦ୍‌ ଦେଇ ସମସ୍ତ ସରକାରୀ ଓ ଘରୋଇ ଅଫିସ ବନ୍ଦ ରହିବ । ଜରୁରୀ କାମ ନଥିଲେ ଘରୁ ବାହାରକୁ ବାହାରିବା ଉପରେ ନିର୍ଦ୍ଦେଶ ଜାରି କରାଯାଇଛି । ସାମଗ୍ରୀ ପରିବହନକାରୀ ଗାଡି ଗୁଡିକୁ ଚଳାଚଳ ଲାଗି ଅନୁମତି ମିଳିବ । ସ୍ଥିତିର ମୁକାବିଲା ଲାଗି ସଟଡାଉନ ନିଷ୍ପତ୍ତି କାର୍ଯ୍ୟକାରୀ କରାଯାଉଛି ଏବଂ ଏହା ଅଧିକ କଡାକଡି ହେବ ବୋଲି କହିଛନ୍ତି ସାଧାରଣ ପ୍ରଶାସନ ବିଭାଗ ମନ୍ତ୍ରୀ ଫରହାଦ ହୁସେନ ।

Leave A Reply

Your email address will not be published.

14 − thirteen =