ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କୁ କରୋନା​

0

ନୀଳଗିରି ବିଧାୟକ ସୁକାନ୍ତ ନାୟକ କରୋନାରେ ସଂକ୍ରମିତ ହୋଇଛନ୍ତି। ବିଧାୟକଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି। ଏ ସମ୍ପର୍କରେ ବିଧାୟକଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଧାୟକଙ୍କ ସହ ବିଭିନ୍ନ ଲୋକ ସଂସ୍ପର୍ଶରେ ଆସୁଛନ୍ତି। ପ୍ରତ୍ୟେକ ଦିନ ସେ ଗାଁଠୁ ସହର ପର୍ଯ୍ୟନ୍ତ ଲୋକଙ୍କୁ ସଚେତନ କରାଇବା ସହ ମାସ୍କ ପିନ୍ଧାଇ ଦେଉଥିଲେ। ବିଭିନ୍ନ ସରକାରୀ ଓ ବେସରକାରୀ ବୈଠକରେ ମଧ୍ୟ ସେ ଯୋଗଦେଇଛନ୍ତି। ଯଦି ତାଙ୍କ ସଂସ୍ପର୍ଶରେ କେହି ଲୋକ ଆସିଥିବେ ତେବେ ବିଧାୟକ ସୁକାନ୍ତ ନାୟକ ସୁପର ସ୍ପେଡର ହୋଇଯିବେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ କୋଭିଡ଼-୧୯ ମେଡିକାଲକୁ ସ୍ଥାନାନ୍ତର ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

Leave A Reply

Your email address will not be published.

four × four =