ଆଜି ମହାପ୍ରଭୁଙ୍କ ସୁନାବେଶ

0

ପୁରୀ: ଜନ୍ମବେଦିରେ ଲୀଳାଖେଳା ସାରି ସିଂହଦ୍ୱାରକୁ ବାହୁଡ଼ିଛନ୍ତି ଶ୍ରୀଜିଉ । ଶ୍ରୀକ୍ଷେତ୍ରରେ ଆଜି ଶ୍ରୀଜିଉଙ୍କ ଦୁର୍ଲଭ ସୁନାବେଶ ଆଜି ଅନୁଷ୍ଠିତ ହେବ । ସିଂହଦ୍ୱାର ସାମ୍ନାରେ ସୁନାବେଶରେ ସଜେଇ ହେବେ ମହାପ୍ରଭୁ । ମହଣ ମହଣ ସୁନାରେ ଆଭୁଷିତ ହୋଇ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ଦେବେ । ବିନା ଭକ୍ତ ଓ କୋଭିଡ କଟକଣା ଭିତରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବ । ଏନେଇ ଶ୍ରୀମନ୍ଦିର ଚାରିପାଖେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ତେବେ ସକାଳ ୬ଟାରେ ମଙ୍ଗଳ ଆଳତି, ୬ଟା ୩୦ ମଇଲମ ତଡପ ଲାଗି ହୋଇଛି । ସକାଳ ୭ଟାରେ ତଡପ ଲାଗି, ୮ଟାରେ ଅବକାଶ, ସକାଳ ୯ଟାରେ ବେଶ ଶେଷ ନୀତି ଅନୁଷ୍ଠିତ ହେବ । ଦିନ ୧୦ଟାରୁ ସାଢେ ୧୦ଟେର ଗୋପାଳ ବଲ୍ଲଭ ବେଶ, ଅପରାହ୍ନ ୨ଟାରେ ମଧ୍ୟାହ୍ନ ଧୁପ ମହାପ୍ରଭୁଙ୍କୁ ଲାଗି କରାଯିବ । ସାଢେ ୩ଟାରେ ଶାଢୀ ଖଣ୍ଡୁଆ ଲାଗି ଓ ସନ୍ଧ୍ୟା ଆଳତୀ ପରେ ଅପରାହ୍ନ ୪ଟାରୁ ସୁନାବେଶ ଆରମ୍ଭ ହେବ ।

Leave A Reply

Your email address will not be published.

14 − four =