ରାଜ୍ୟକୁ ମୋଟ୍‌ ୬ କୋଟି ୧୮ଲକ୍ଷ ଟିକା ଆବଶ୍ୟକ: ସ୍ୱାସ୍ଥ୍ୟମନ୍ତ୍ରୀ

0

ଝାରସୁଗୁଡା,: ଓଡ଼ିଶାକୁ ମୋଟ ୬କୋଟି ୧୮ଲକ୍ଷ ଟିକା ଆବଶ୍ୟକ । ହେଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ରାଜ୍ୟକୁ ୧ କୋଟି ୩୮ ଲକ୍ଷ ୯ ହଜାର ୭ଶହ ୫୬ ଟିକା ଯୋଗାଇ ଦିଆଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, କେନ୍ଦ୍ରପକ୍ଷରୁ ଆସୁଥିବା ସମସ୍ତ ଟିକାକୁ ସୁରୁଖୁରୁରେ ରାଜ୍ୟବାସୀଙ୍କୁ ଯୋଗାଇ ଦିଆଯାଉଛି । ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟହେଉଛି ଲୋକଙ୍କ ସୁରକ୍ଷା । ତେଣୁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ପ୍ରତ୍ୟେକ ଗାଇଡ ଲାଇନକୁ ରାଜ୍ୟବାସୀ ପାଳନ କରିବାସହ ଟିକା ଗ୍ରହଣକରନ୍ତୁ ବୋଲି ଶ୍ରୀ ଦାସ ଅନୁରୋଧ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ରାଜ୍ୟକୁ ଟିକା ଯୋଗାଇବା ପାଇଁ କେନ୍ଦ୍ରକୁ ବାରମ୍ବାର ସେ ନିଜେ ଏବଂ ରାଜ୍ୟ ସରକରାଙ୍କପକ୍ଷରୁ ଚିଠି ଲେଖାଯାଇଛି । ତେଣୁ କେନ୍ଦ୍ର ସରକାର ଶୀଘ୍ର ଟିକା ଯୋଗାଇବେ ବୋଲି ଆଶାରହିଛି । ଆଜି ପର୍ଯ୍ୟନ୍ତ ଓଡିଶାରେ ୯୯.୫ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଟିକା ପ୍ରଦାନ କରାଯାଇ ସାରିଛି ।

Leave A Reply

Your email address will not be published.

12 + 16 =