ସିରିଜ ପୋଛିବା ଲକ୍ଷ୍ୟରେ ଭାରତ

0

ନୂଆଦିଲ୍ଲୀ:ପ୍ରଥମ ଦୁଇଟି ମ୍ୟାଚକୁ ଜିତି ଆଗୁଆ ଶୃଙ୍ଖଳା କବଜା କରିସାରିଥିବା ଭରତୀୟ ଦଳ ଆଜି(ଶୁକ୍ରବାର) ଶ୍ରୀଲଙ୍କା ବିପକ୍ଷରେ ତୃତୀୟ ମ୍ୟାଚ ଖେଳିବ । ପ୍ରଥମ ଦୁଇ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ବିଜୟ ହାସଲ କରିଥିଲା ଭାରତ । ଅନ୍ତିମ ଦିନିକିଆକୁ ଜିତି ସିରିଜ ପୋଛିବା ଲକ୍ଷ୍ୟରେ ରହିଛି ଭାରତ ।

ଅନ୍ୟପଟେ ସମ୍ମାନ ବଞ୍ଚାଇବାକୁ ଆଜିର ମ୍ୟାଚରେ ଶକ୍ତି ଖଟାଇବ ଶ୍ରୀଲଙ୍କା । ଭାରତୀୟ ଦଳରେ ଷ୍ଟାର ଖେଳାଳି ନଥିଲେ ମଧ୍ୟ ଦଳ ଭଲ ସ୍ଥିତିରେ ରହିଛି । ଦଳରେ ଯୁବ ଓ ଅଭିଜ୍ଞ ଖେଳାଳି ବେଶ ଭଲ ଫର୍ମରେ ରହିଛନ୍ତି । ଆଜିର ମ୍ୟାଚରେ ଭାରତୀୟ ଦଳରେ କିଛି ପରିବର୍ତ୍ତନ ଆସିପାରେ । ପୃଥୀ ଶ’ଙ୍କ ସ୍ଥାନରେ ଅନ୍ୟତମ ଓପନର ଦେବଦତ୍ତ ପାଡିକଲଙ୍କୁ ସୁଯୋଗ ମିଳିପାରେ ।ସେହିପରି ଇଶାନ କିଷନଙ୍କ ସ୍ଥାନରେ ସଞ୍ଜୁ ସାମସନ ଖେଳିପାରନ୍ତି । ବୋଲିଂରେ କୁଳଦୀପ ଯାଦବଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ମିଳିପାରେ । ଏହା ସହିତ ଦ୍ବିତୀୟ ଦିନିକିଆରେ ଚମତ୍କାର ପ୍ରଦର୍ଶନ କରିଥିବା ଦୀପକ ଚହରଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

Leave A Reply

Your email address will not be published.

17 − 10 =