ଅଣ୍ଡା-ପାଉଁରୁଟି ବିକୁଛନ୍ତି ସୋନୁ

0

ବଲିଉଡ ଅଭିନେତା ସୋନୁ ସୁଦ ଅଣ୍ଡା ଓ ପାଉଁରୁଟି ବିକୁଛନ୍ତି । ସୋନୁ ଏବେ ତାଙ୍କ ନାଁ ରେ ଏକ ସୁପର ମାର୍କେଟ ଖୋଲିଛନ୍ତି । ସୋନୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ସେଥିରେ ସେ ଏକ ସାଇକେଲରେ ଅଣ୍ଡା-ପାଉଁରୁଟି ବିକ୍ରି କରୁଥିବାର ଦେଖାଦେଇଛି । ସେ ଏହି ଭିଡିଓ ସେୟାର କରି କହିଛନ୍ତି ଯେ ସେ ବର୍ତ୍ତମାନ ତାଙ୍କର ନୂଆ ସୁପରମାର୍କେଟ ଖୋଲିଛନ୍ତି । ଆଉ ଏହାର ନାମ ହେଉଛି ‘ସୋନୁ ସୁଦ କା ସୁପରମାର୍କେଟ’ ।
ଦେଖନ୍ତୁ ଏଥିରେ ଅଣ୍ଡା ଅଛି, ଯାହାର ମୂଲ୍ୟ ଏବେ ୬ ଟଙ୍କା । ବଡ ପାଉଁରୁଟି ୪୦ ଟଙ୍କା ଏବଂ ଛୋଟ ରୁଟି ୨୨ ଟଙ୍କା । ଯିଏ ଚାହୁଁଛ, ଶୀଘ୍ର ଅର୍ଡର କର, ମୋର ବିକ୍ରି କରିବାର ସମୟ ହୋଇଗଲାଣି । ଆଉ ହଁ ହୋମ ଡେଲିଭରୀ ପାଇଁ ଚାହୁଁଥିଲେ ଅତିରିକ୍ତ ଚାର୍ଜ ପଡିବ । ସୋନୁ ସୁଦଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.