ପୁଣି ବାପା ହେଲେ ହରଭଜନ

0

ମୁମ୍ବାଇ: ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ହରଭଜନ ସିଂହଙ୍କ ଘରକୁ ଆସିଲା ନୂଆ ଅତିଥି । ପତ୍ନୀ ଗୀତା ବସରା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଗୀତା ଏବଂ ହରଭଜନଙ୍କ ଏହି ଖୁସି ଖବର ସାମ୍ନାକୁ ଆସିବା ପରେ ତାଙ୍କ ପାଖକୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ପୂର୍ବରୁ ସେ ଦ୍ୱିତୀୟ ଥର ମା’ ହେବାକୁ ଯାଉଥିବା ନେଇ ସୋସିଆଲ ମିଡିଆରେ ଫଟୋ ସେୟାର କରି ସୂଚନା ଦେଇଥିଲେ । ଏଥିସହ ଗର୍ଭବତୀ ଥିବା ସମୟରେ ଅନେକ ଫଟୋ ମଧ୍ୟ ସେୟାର ମଧ୍ୟ କରିଥିଲେ । ଗୀତା ଓ ହରଭଜନଙ୍କ ପୂର୍ବରୁ ଏକ ଝିଅ ଅଛି ।

Leave A Reply

Your email address will not be published.

9 + six =