ସ୍ମାର୍ଟ ସିଟି ମିଶନ ତାଲିକାର ଉତ୍ତରପ୍ରଦେଶ ପ୍ରଥମ

0

କେନ୍ଦ୍ର ସରକାରଙ୍କ ସ୍ମାର୍ଟ ସିଟି ସ୍ମାର୍ଟ ସିଟି ମିଶନ ତାଲିକାର ଉତ୍ତରପ୍ରଦେଶ ପ୍ରଥମ ସ୍ଥାନ ଅଧିକାର କରିଛି । କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତାଳୟ ପକ୍ଷରୁ ଆୟୋଜିତ ଇଣ୍ଡିଆ ସ୍ମାର୍ଟ ସିଟିଜ କଣ୍ଟେଷ୍ଟରେ ଉତ୍ତରପ୍ରଦେଶ ପ୍ରଥମ ସ୍ଥାନରେ ରହିଛି । ଏହା ସହ ମଧ୍ୟପ୍ରଦେଶ ଦ୍ୱିତୀୟ ଏବଂ ତାମିଲନାଡୁ ତୃତୀୟ ସ୍ଥାନରେ ଅଛି । ସହର କଥା କହିଲେ ମଧ୍ୟପ୍ରଦେଶର ଇନ୍ଦୋର ଏବଂ ଗୁରୁରାଟର ସୁରତ ମିଳିତ ଭାବେ ପ୍ରଥମ ସ୍ଥାନରେ ରହିଛି । କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଚଣ୍ଡୀଗଡ଼ ପ୍ରଥମ ସ୍ଥାନ ଅଧିକାର କରିଛି । ସ୍ମାର୍ଟ ସିଟି ମିଶନ, ଅମୃତ ଯୋଜନା ଏବଂ ପ୍ରଧାନମନ୍ତ୍ର ସହରାଞ୍ଚଳ ଆବାସ ଯୋଜନାକୁ ୬ ବର୍ଷ ପୂରୁଥିବା ବେଳେ ଶୁକ୍ରବାର ଏହି ସବୁ ପୁରସ୍କାର ଘୋଷଣା ହୋଇଛି ।

Leave A Reply

Your email address will not be published.

3 × four =