କରୋନା ମୃତ୍ୟୁ ରୋକୁଛି ସିଙ୍ଗଲ ଡୋଜ୍

0

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଇଛି । ଆଉ ରକ୍ଷା କବଚ ସାଜିଛି ଟିକା । ତେବେ ଏହାକୁ ନେଇ ଏକ ତାଜା ସୂଚନା ଆସିଛି । କୋରୋନା ମୃତ୍ୟୁକୁ ମାତ ଦେବାରେ ସକ୍ଷମ ଟିକାର ସିଙ୍ଗଲ ଡୋଜ । ICMR କରିଥିବା ଅଧ୍ୟୟନରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

କୋରୋନା ଜନିତ ମୃତ୍ୟୁରୁ ରକ୍ଷା କରିବା ପାଇଁ ଟିକାର ସିଙ୍ଗଲ ଡୋଜ ଅତ୍ୟନ୍ତ ପ୍ରଭାବଶାଳୀ । ବର୍ତ୍ତମାନକୁ ଯଦି ଦେଖିବା ଦେଶରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଯାହା ଟୀକାକରଣ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ଅଧ୍ୟୟନ କହୁଛି । କୋରୋନା ଟିକାକୁ ନେଇ ତାମିଲନାଡୁ ପୋଲିସ ବିଭାଗରେ ଅଧ୍ୟୟନ କରାଯାଇଥିଲା ।ଯେଉଁଥିରେ ପୋଲିସ ବିଭାଗରେ କାର୍ଯ୍ୟରତ ଅନେକ ପୋଲିସଙ୍କୁ ଟିକା ଦିଆଯାଇଥିଲା । କିଛି ଜଣଙ୍କୁ କେବଳ ଗୋଟିଏ ମାତ୍ର ଡୋଜ ଦିଆଯାଇଥିବା ବେଳେ ଅନେକଙ୍କୁ ଡବଲ ଡୋଜ ଦିଆଯାଇଥିଲା । ଆଉ ଦ୍ବିତୀୟ ଲହରରେ କେତେ ଜଣ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଆଉ ମୃତ୍ୟୁକୁ ରିପୋର୍ଟ ପ୍ରସ୍ତୁତ କରିଥିଲା ।
ତାମିଲନାଡୁରେ ପୋଲିସ ବିଭାଗରେ 1,17,524 ପୋଲିସ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ସେଥିରୁ ଫେବୃଆରୀ 1, 2021 ରୁ ମେ 14, 2021 ମଧ୍ୟରେ 32,792ଜଣ କର୍ମଚାରୀଙ୍କୁ ପ୍ରଥମ ଡୋଜ ଦିଆଯାଇଛି । ସେହିପରି 67,673 ଡବଲ ଡୋଜ ଟିକା ନେଇଥିବା ବେଳେ 17,059ଜଣଙ୍କୁ ଟିକା ଦିଆଯାଇନଥିଲା ।ICMR ଅଧ୍ୟୟନରୁ ଜଣାପଡିଛି କି, ଏପ୍ରିଲ୍ 13, 2021 ରୁ ମେ 14, 2021 ମଧ୍ୟରେ ଏହି ପୋଲିସ୍ କର୍ମଚାରୀଙ୍କ ମଧ୍ୟରୁ 31ଜଣ କୋରୋନାରେ ମୃତ୍ୟୁ ହୋଇଥିଲା । ଏହି 31 ଜଣଙ୍କ ମଧ୍ୟରୁ ଚାରିଜଣ ଟିକା ଦୁଇ ଡୋଜ ନେଇଥିଲେ, ସାତଜଣ ଗୋଟିଏ ଡୋଜ ନେଇଥିଲେ ଏବଂ ବାକି 20ଟି ଟୀକାକରଣ କରାଯାଇନଥିଲା ।ସିଙ୍ଗଲ ଡୋଜ ନେଇଥିବା ଲୋକଙ୍କ କ୍ଷେତ୍ରରେ 82 ପ୍ରତିଶତ ମୃତ୍ୟୁ ନ ହେବାର ସମ୍ଭାବନା ରହିଥିବା ବେଳେ ଡବଲ ଡୋଜ ନେଇଥିବା ଲୋକଙ୍କ କ୍ଷେତ୍ରରେ ଏହା 95 ପ୍ରତିଶତ ରହିଛି ।

Leave A Reply

Your email address will not be published.

16 − 6 =