କାର ଦୁର୍ଘଟଣା ନେଇ ଏମିତି କହିଲେ ଅସୀମା ପଣ୍ଡା

0

ଭୁବନେଶ୍ୱର: କାର ଦୁର୍ଘଟଣାର ଗୁଜବକୁ ନେଇ ବର୍ଷିଲେ ଓଲିଉଡର ଚର୍ଚ୍ଚିତ ଗାୟିକା ଅସୀମା ପଣ୍ଡା । ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ଘଟିଥିବା ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଅସୀମା ତାଙ୍କ ଫେସବୁକ ଆକାଉଣ୍ଟରେ ଏକ ଭିଡ଼ିଓ ଅପଲୋଡ଼ କରିଛନ୍ତି ଏବଂ ଦୁର୍ଘଟଣା ବେଳେ ସେ ଗାଡ଼ିରେ ନଥିବା କହିଛନ୍ତି ।

ଦୁର୍ଘଟଣାରେ ମୃତ୍ୟୁ ଗୁଜବକୁ ନେଇ ବର୍ଷିଲେ ଅସୀମା ପଣ୍ଡାଏହି ଦୁର୍ଘଟଣାରେ ତାଙ୍କ ଭାଇ ଆକାଶ ପଣ୍ଡା ସାମାନ୍ୟ ଆହତ ହୋଇଛନ୍ତି । ହେଲେ କିଛି ଗଣମାଧ୍ୟମ ଏହି ଦୁର୍ଘଟଣାକୁ ଅପପ୍ରଚାର କରିଥିବା ଅସୀମା ଅଭିଯୋଗ ଆଣିଛନ୍ତି । ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ତାଙ୍କ ମୃତ୍ୟୁ ଘଟିଥିବା ଗୁଜବ ଖବର କିଛି ମିଡିଆରେ ପ୍ରସାରଣକୁ ସେ ନାପସନ୍ଦ କରିଛନ୍ତି । ସେ ଅତିଷ୍ଠ ହୋଇ ଏସବୁରୁ ଦୂରେଇ ରହିବା ପାଇଁ କିଛି ଗଣମାଧ୍ୟମ ସଂସ୍ଥାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

thirteen − three =