ପଞ୍ଜାବ କଂଗ୍ରେସ ବିବାଦ ଚରମ ସୀମାରେ: ସିଦ୍ଧୁ ପ୍ରତ୍ୟାଖାନ କଲେ ଉପ ମୁଖ୍ୟମନ୍ତ୍ରୀ ପଦ

0

ପଞ୍ଜାବ କଂଗ୍ରେସ ବିବାଦ ଏବେ ଚରମ ସୀମାରେ । ଆଗକୁ ବିଧାନସଭା ନିର୍ବାଚନ । ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ ନବଜୋତ ସିଂହ ସିଦ୍ଧୁଙ୍କ ଭିତରେ ଥିବା ଅନ୍ତଃକନ୍ଦଳ ଏବେ ଆହୁରି ଉଗ୍ରରୂପ ଧାରଣ କରିଛି । ଯାହା କଂଗ୍ରେସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆସନ୍ତାବର୍ଷ ନିର୍ବାଚନ ଥିବାରୁ ଅମରିନ୍ଦରଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢ଼ିବ ବୋଲି ନିଷ୍ପତ୍ତି ନେଇଛି । ଏହା ସତ୍ତେ୍ୱ ବି ସିଦ୍ଧୁଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଅଫର କରିଥିଲା କଂଗ୍ରେସ । ହେଲେ ସିଦ୍ଧୁ ଏହାକୁ ପ୍ରତ୍ୟାଖାନ କରିଛନ୍ତି । ସେ ଅମରିନ୍ଦରଙ୍କ ଅଧିନରେ କାର୍ଯ୍ୟ କରିବାକୁ ଚାହୁଁନଥିବା ରୋକ୍‌ଠୋକ୍‌ କହିଛନ୍ତି । ଆଗକୁ ନିର୍ବାଚନ ଥିବାରୁ ଦୁଇ ନେତାଙ୍କ ମଧ୍ୟରେ ଏଭଳି କଳି କଂଗ୍ରେସ ହାଇକମାଣ୍ଡଙ୍କ ପାଇଁ ମୁଣ୍ଡବିନ୍ଧା କାରଣ ପାଲଟିଛି । ପଞ୍ଜାବ କଂଗ୍ରେସର କଳି ମେଣ୍ଟାଇବା ପାଇଁ ଏକ ୩ ଜଣିଆ କମିଟି ଗଠନ କରିଥିଲା କଂଗ୍ରେସ । କନ୍ଦଳର ତୁରନ୍ତ ସମାଧାନ ସହିତ ଅମରିନ୍ଦରଙ୍କ ଅଧିନରେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିଲେ ବି ସେ କାମ କରିବେ ନାହିଁ ବୋଲି ସିଦ୍ଧୁ କହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

five × four =