ସିଦ୍ଧୁ ଜନ୍ମ ହେବା ବେଳେ ମୁଁ ସୀମାରେ ଦେଶ ସେବା କରୁଥିଲି: ଅମରିନ୍ଦର ସିଂହ

0

ଚଣ୍ଡୀଗଡ଼ : ପଞ୍ଜାବର କଂଗ୍ରେସ ଅଧ୍ୟକ୍ଷ ଭାବେ ନବଜୋତ ସିଂହ ସିଦ୍ଧୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂହ ଉପସ୍ଥିତ ଥିଲେ । ଗତ କିଛିମାସ ପରେ ଉଭୟ ନେତା ପରସ୍ପର ସହ କଥା ହୋଇଛନ୍ତି । ଅମରିନ୍ଦର ସିଂହ କହିଛନ୍ତି ଯେ, ସିଦ୍ଧୁ ଯେଉଁ ବର୍ଷ ଜନ୍ମ ହେଲେ ସେହି ବର୍ଷ ସୀମାରେ ଦେଶ ସେବା କରୁଥିଲି । ଏହା ସହ କହିଛନ୍ତି ନୂଆ ପିସିସି ସଭାପତିଙ୍କ ସହ ମିଳିମିଶି କାର୍ୟ୍ୟ କରିବେ । କ୍ୟାପ୍‌ଟେନ କହିଛନ୍ତି, ଯେଉଁ ବର୍ଷ ଅର୍ଥାତ ୧୯୬୩ରେ ଯେବେ ସିଦ୍ଧୁ ଜନ୍ମ ନେଲେ ମୁଁ ସେତେବେଳେ ଆର୍ମିରେ ଥିଲି । ସିଦ୍ଧୁଙ୍କ ପିତା ଏବଂ ମୋ ମା ରାଜନୀତିରେ ଥିଲେ । ଯେତେବେଳେ ଆର୍ମି ଛାଡ଼ି ଆସିଲି ସିଦ୍ଧୁଙ୍କ ପିତା ମୋତେ ରାଜନୀତିକୁ ଆଣିବାକୁ ସହାୟତା କରିଥିଲେ । ସେତେବେଳେ ମୁଁ ସିଦ୍ଧୁଙ୍କ ଘରକୁ ଯାଉଥିଲି । ସେ କେବଳ ୬ ବର୍ଷର ହୋଇଥିଲେ ।

Leave A Reply

Your email address will not be published.

four × two =