ଟିକା ନ ନେଲେ ସିମ୍‌କାର୍ଡ ବ୍ଲକ୍‌

0

ଟିକାକରଣକୁ ନେଇ ଏକ ନୂଆ ଉପାୟ ବାହାର କରିଛନ୍ତି ପାକିସ୍ତାନ ପଞ୍ଜାବର ପ୍ରାଦେଶିକ ସରକାର । ରିପୋର୍ଟ ମୁତାବକ ଯେଉଁ ବ୍ୟକ୍ତି ଟିକା ନେବାକୁ ମନା କରିବେ ସେମାନଙ୍କ ସିମ୍‌ କାର୍ଡକୁ ବ୍ଲକ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସୂଚନା ଅନୁଯାୟୀ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ୟସ୍ମିନ୍‌ ରସିଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଟିକା ଦ୍ୱନ୍ଦର ମୁକାବିଲା ଲାଗି ଏହି ଅଭିନବ ଉପାୟ ବାହାର କରିଛନ୍ତି ସରକାର । ଟିକାକରଣ ଯୋଗୁ ଏଠାରେ କରୋନା ମାମଲା ଯଥେଷ୍ଟ ହ୍ରାସ ଘଟିଥିବା ସେ ଦାବି କରିଛନ୍ତି ।

Leave A Reply

Your email address will not be published.

thirteen − 1 =