ଆଜି ଶ୍ରାବଣ ମାସର ପ୍ରଥମ ସୋମବାର

0

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଚଳିତ ଥର ଶ୍ରାବଣରେ ୫ଟି ସୋମବାର ରହିଛି। ହିନ୍ଦୁ ଶାସ୍ତ୍ର ଅନୁସାରେ ଏହା ପବିତ୍ର ମାସ ମଧ୍ୟରେ ଅନ୍ୟତମ। ଶ୍ରାବଣ ସୋମବାରରେ ଦେବଦେବ ମହାଦେବଙ୍କ ଉପରେ ଜଳଲାଗି କଲେ ସକଳ ଇଚ୍ଛା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି। ନଦୀରୁ ପବିତ୍ର ଜଳ ଉଠାଇ ଖାଲି ପାଦରେ କାଉଡ଼ିଆମାନେ ଜଳ ନେଇ ମହାଦେବଙ୍କ ଉପରେ ଲାଗି କରିଥାନ୍ତି। ନିଷ୍ଠାର ସହ ପାଳନ ହେଉଥିବା ଏହି ପର୍ବ କିନ୍ତୁ ଚଳିତ ଥର ଫିକା ପଡ଼ିଛି।କରୋନା ପାଇଁ ରାଜ୍ୟ ସରକାର ବୋଲବମ ଯାତ୍ରା ଉପରେ ରୋକ ଲଗାଇଛନ୍ତି। କରୋନା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଟକଣା ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଶ୍ରାବଣ ମାସରେ କାଉଡ଼ିଆଙ୍କ ପାଣି ଉଠାଇବା, ରାସ୍ତାରେ ଚାଲିବା ଓ ମନ୍ଦିରକୁ ପ୍ରବେଶ ଉପରେ ସଂପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। କଟକଣା ଯୋଗୁଁ ରାଜ୍ୟର ପ୍ରମୁଖ ଶୈବପୀଠ ଲିଙ୍ଗରାଜ, ଧବଳେଶ୍ୱର ଓ ଲୋକନାଥ ମନ୍ଦିରରେ ଏବର୍ଷ ଭକ୍ତଶୂନ୍ୟ।

Leave A Reply

Your email address will not be published.

13 − 2 =