ଓଡ଼ିଶା ପୋଲିସର ଏସ୍‌ଆଇ ପଦବି ପାଇଁ ଆବେଦନ ଆରମ୍ଭ

0

ଓଡ଼ିଶା ପୋଲିସର ୪୭୭ଟି ପୋଲିସ ଏସ୍‌ଆଇ ପଦବି ପାଇଁ ଆଜିଠାରୁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ସନ୍ଧ୍ୟା ସୁଦ୍ଧା୨୮୩୧ ପ୍ରାର୍ଥୀ ସେମାନଙ୍କ ନାମ ପଞ୍ଜିକରଣ କରିଥିବାବେଳେ ୭୭୨ ଜର ଆବେଦନ କରିସାରିଲେଣି ବୋଲି ଏଡିଜି ଯଶୋବନ୍ତ ଜେଠୱା କହିଛନ୍ତି । ଆସନ୍ତା ଅଗଷ୍ଟ ୬ରୁ ୧୬ ମଧ୍ୟରେ କମ୍ପ୍ୟୁଟର ବେସ୍‌ଡ ଲିଖିତ ପରୀକ୍ଷା କରାଯିବ । ୨ଟି ପେପର ବିଶିଷ୍ଟ କେବଳ ସଂକ୍ଷିପ୍ତ ଉତ୍ତରମୂଳକ ପରୀକ୍ଷା ହେବ । ତେବେ ଏଥର ନିଯୁକ୍ତି ପରୀକ୍ଷାରେ ଭିଭାଭୋସ ହେବନି ସେ କହିଛନ୍ତି । ଏଥର ପ୍ରଥମ ଥର ପାଇଁ କିନ୍ନରମାନଙ୍କୁ ଓଡିଶା ପୁଲିସ୍‌?ରେ ଆବେଦନ ଅନୁମତି ଦିଆଯାଇଛି । ଆସନ୍ତା ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଏହି ପଦ ନିମନ୍ତେ ଆବେଦନ କରିହେବ ବୋଲି ଶ୍ରୀ ଜେଠୱା କହିଛନ୍ତି ।

Leave A Reply

Your email address will not be published.

1 × five =