ଆଜିଠୁ ଏହି ସହର ୪ ଦିନ ପାଇଁ ଶଟଡାଉନ୍‌

0

କରୋନା ପାଇଁ ଢେଙ୍କାନାଳ ପୌରାଞ୍ଚଳକୁ ଆଜିଠୁ ୪ ଦିନିଆ ଶଟଡାଉନ୍‌ ଘୋଷଣା କରାଯାଇଛି । ୧୦ ଦିନ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାରୁ ଆଜିଠାରୁ ୩୦ ତାରିଖ ଯାଏ ୪ ଦିନ ଶଟଡାଉନ୍‌ କଟକଣା ବଳବତ୍ତର ରହିବ। ଢେଙ୍କାନାଳ ଟାଉନ ପୌରାଞ୍ଚଳର ସମସ୍ତ ୨୩ଟି ୱାର୍ଡରେ ଶଟଡାଉନ୍‌ ଲାଗୁ ହୋଇଛି । ପ୍ରଶାସନ ପକ୍ଷରୁ ଆଜି ଓ ଆସନ୍ତାକାଲି ଶଟଡାଉନ୍‌ ଘୋଷଣା କରାଯାଇଥିଲା । ସପ୍ତାହାନ୍ତ ଶଟଡାଉନ୍‌ରେ ୨୯ ତାରିଖ ଶନିବାର ଓ ୩୦ ତାରିଖ ରବିବାର ମଧ୍ୟ ସହର ବନ୍ଦ ରହିବ । ତେଣୁ ଲଗାତର ୪ ଦିନ ଯାଏ ଢେଙ୍କାନାଳ ଶଟଡାଉନ୍‌ ରହିବ । ଏହି ସମୟରେ କେବଳ ମେଡିସିନ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ଖୋଲା ରହିବ।

Leave A Reply

Your email address will not be published.

2 × 3 =