ସ୍ୱାଧୀନତା ଦିବସ ଓ ନୂଆଁଖାଇ ଦିନ ସମ୍ବଲପୁରରେ ହେବନି ଶଟ୍‌ଡାଉନ

0

ସମ୍ୱଲପୁର ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। ସ୍ୱାଧୀନତା ଦିବସ ଓ ନୂଆଁଖାଇ ଦିନ ସମ୍ବଲପୁରରେ ହେବନି ଶଟ୍‌ଡାଉନ। ଉଭୟ ପର୍ବ ପାଇଁ ୩ ଦିନ ଶଟ୍‌ଡାଉନ କଟକଣା ରହିବନି। ସ୍ୱାଧୀନତା ଦିବସ ଶନିବାର ପଡ଼ୁଥିଲେ ବି ହେବନି ଶଟ୍‌ଡାଉନ। ନୂଆଁଖାଇ ପାଇଁ ୨୨ ଓ ୨୩ରେ ମଧ୍ୟ ହେବନି ଶଟ୍‌ଡାଉନ। ୨୨ ଓ ୨୩ ତାରିଖ ବଦଳରେ ଅଗଷ୍ଟ ୧୬ ଓ ୧୭ ଶଟ୍‌ଡାଉନ୍‌ ରହିବ ପୂରା ସମ୍ବଲପୁର ଜିଲ୍ଲା। ଶଟଡାଉନ୍‌ ପରିବର୍ତ୍ତନ ନେଇ ସମ୍ବଲପୁର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଚଳିତବର୍ଷ ଶନିବାର ସ୍ୱାଧୀନତା ଦିବସ ଓ ରବିବାର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପଡୁଛି। ଏହି ଦୁଇ ଦିନକୁ ରାଜ୍ୟ ସରକାର ସାପ୍ତାହାନ୍ତ ଶଟ୍‌ଡାଉନ୍‌ କରିଥିବା ନୂଆଁଖାଇ ପର୍ବ ପାଳନକୁ ନାନା ସମସ୍ୟା ଉପୁଜିଥିଲା। ଯାହାକୁ ନେଇ ପଶ୍ଚିମ ଓଡ଼ିଶାବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ନଜରରେ ରଖି ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ବରଗଡ଼ ସାଂସଦ ସୁରେଶ ପୂଜାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଚିଠି ଲେଖିଥିଲେ। ନୂଆଁଖାଇ ପାଳନ ପାଇଁ ଅନୁମତି ଦେବାକୁ ଦୁଇ ନେତା ଅନୁମତି ମାଗିଥିଲେ।

Leave A Reply

Your email address will not be published.