ଖୋର୍ଦ୍ଧା ଜିଲ୍ଲାର ୨ ବ୍ଲକ ସମେତ ୨NAC ଶଟଡାଉନ୍‌

0

ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ୨ଟି ବ୍ଲକ ସମେତ ୨ NACକୁ ସମ୍ପୂର୍ଣ୍ଣ ଶଟଡାଉନ୍‌ ଘୋଷଣା କରାଯାଇଛି। ଆଜି ସନ୍ଧ୍ୟା ୭ଟାରୁ ୧୪ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ  ଏହି ଶଟଡାଉନ୍‌ କଟକଣା ବଳବତ୍ତର ରହିବ।ଜିଲ୍ଲାର  ଚିଲିକା ଓ ବାଣପୁର ବ୍ଲକ ସମେତ ବାଲୁଗାଁ ଓ ବାଣପୁର NACରେ ଶଟଡାଉନ୍‌ କଟକଣା ଲାଗୁ କରାଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ପ୍ରଶାସନ ଏପରି ପଦକ୍ଷେପ ନେଇଛି। ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟତୀତ ସମସ୍ତ ଦୋକାନ, ବଜାର ବନ୍ଦ ରହିବ।

Leave A Reply

Your email address will not be published.