ବିଷ୍ଣୁ ସେଠୀ ଏମ୍ସରୁ ଡିସ୍‌ଚାର୍ଜ ହେଲେ

0

ଭୁବନେଶ୍ୱର : ଗତ ଜୁଲାଇ ୪ ତାରିଖରୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିବା ବିରୋଧୀଦଳ ଉପନେତା ତଥା ଧାମନଗର ବିଜେପି ବିଧାୟକ ବିଷ୍ଣୁ ସେଠୀ ଶନିବାର ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି । ପତ୍ନୀ ଏବଂ ଝିଅଙ୍କ ସହ ସେ ଭୁବନେଶ୍ୱର ସ୍ଥିତ ନିଜ ସରକାରୀ ବାସଭବନକୁ ଫେରିଛନ୍ତି । ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଥିଲେ ହେଁ ସେ ଏବେ କିଛିଦିନ ପାଇଁ ଘରେ ରହି ବିଶ୍ରାମନେବେ । ସୂଚନାଯୋଗ୍ୟ, ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ କରୋନାରେ ଗୁରୁତର ହୋଇ ପ୍ରଥମେ ଏମ୍ସରେ ଭର୍ତ୍ତି ହେବା ପରେ ପରେ ଉପନେତା ଶ୍ରୀ ସେଠୀ ମଧ୍ୟ ଭର୍ତ୍ତି ହୋଇଥିଲେ । ଧୀରେଧୀରେ ସୁସ୍ଥ ହେଉଥିଲେ ହେଁ ବର୍ତ୍ତମାନ ଯାଏ ଶ୍ରୀ ନାଏକ ଆଇସିୟୁରେ ଅଛନ୍ତି । ତେବେ ଶ୍ରୀ ସେଠୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅପେକ୍ଷାକୃତ ଭଲ ସ୍ଥିତିରେ ଥିଲା ।

Leave A Reply

Your email address will not be published.

nineteen + five =