ଆନ୍ଧ୍ରରେ ଅଗଷ୍ଟ ୧୬ରୁ ସ୍କୁଲ ଖୋଲିବ: ଜାଣନ୍ତୁ ଆଉ କେଉଁ ରାଜ୍ୟରେ କେବେଠୁ ଖୋଲିବ

0

ନୂଆଦିଲ୍ଲୀ: ଦେଶରେ କରୋନା ଲହର କମିବାରେ ଲାଗିଛି । ଏହା ଫଳରେ ଅନେକ ରାଜ୍ୟ ସ୍କୁଲ ଖୋଲିବା ପାଇଁ ଚିନ୍ତା କରୁଛନ୍ତି । ପ୍ରାୟ ୧୨ଟି ରାଜ୍ୟରେ ସ୍କୁଲ ଖୋଲିଛି ବା ଏଥି ପାଇଁ ପ୍ରକ୍ରିୟା ଜାରି ରହିଛି । ବିହାର, ଗୁଜୁରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଛତିଶଗଡ ଭଳି ରାଜ୍ୟ ସାମିଲ ଅଛି । ଅନେକ ସ୍ଥାନରେ ୧୦-୧୨ମ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ୫୦ପ୍ରତିଶତ ଉପସ୍ଥାନ ସହିତ ସ୍କୁଲ ଖୋଲାଯାଉଛି । ନିକଟରେ ଆଇସିଏମ୍‌ଆର କହିଛି ଯେ ପିଲାମାନେ କୋଭିଡ -୧୯ ସହିତ ଲଢ଼ିବାରେ ଅଧିକ ସକ୍ଷମ ଅଟନ୍ତି । କାରଣ ପିଲାଙ୍କ ରୋଗ ପ୍ରତିରୋଧକ କ୍ଷମତା ଅଧିକ । ଏହି ଆଧାରରେ ସ୍କୁଲ ଖୋଲିବାକୁ ଚିନ୍ତା କରିଛନ୍ତି ଅନେକ ରାଜ୍ୟ । ରାଜସ୍ଥାନ ଓ ହିମାଚଳ ପ୍ରଦେଶରେ ଅଗଷ୍ଟ ୨ରୁ ୧୦-୧୨ମ ଶ୍ରେଣୀ ସ୍କୁଲ ଖୋଲିବ । ସେହିପରି ଗୁଜରାଟରେ ଆସନ୍ତା ଜୁଲାଇ ୨୬ ତାରିଖରୁ ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବ । ମଧ୍ୟପ୍ରଦେଶରେ ଆସନ୍ତା ୨୬ରୁ ୧୧ ଓ ୧୨ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ । ଅଭିଭାବକଙ୍କ ସହମତିରେ ଅଗଷ୍ଟ ୫ ରୁ ନବମ ଓ ଦଶମ ଶ୍ରେଣୀ ଛାତ୍ରଙ୍କ ପାଇଁ ସ୍କୁଲ ଖୋଲିବ । ସେହିପରି ଛତିଶଗଡ଼ରେ ମଧ୍ୟ ଅଗଷ୍ଟ ୨ରୁ ୧୦ ଓ ୧୨ମ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ । ଏହାସହ କଲେଜ ମଧ୍ୟ ଅଗଷ୍ଟ ୨ରୁ ଖୋଲିବ । ଆନ୍ଧ୍ର ପ୍ରଦେଶ ସରକାର କହିଛନ୍ତି ଯେ ଅଗଷ୍ଟ ୧୬ରୁ ସ୍କୁଲ ଖୋଲିବ । ଓଡିଶାରେ ଆସନ୍ତା ଜୁଲାଇ ୨୬ରୁ ଦଶମ ଓ ଦ୍ୱାଦଶ ଛାତ୍ରଙ୍କ ପାଇଁ ହଷ୍ଟେଲ ଖୋଲିବ ।

Leave A Reply

Your email address will not be published.

8 + 20 =