ଜୁଲାଇ ୧୬ରୁ ଖୋଲିବ ସ୍କୁଲ

0

ଚଣ୍ଡିଗଡ: ରାଜ୍ୟରେ କୋଭିଡ ସଂକ୍ରମଣ ହ୍ରାସ ପାଉଥିବାରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ପର୍ଯ୍ୟାକ୍ରମେ ଆସନ୍ତା ୧୬ ତାରିଖରୁ ହରିଆଣାରେ ଥିବା ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଖୋଲିବାକୁ ସରକାର ଘୋଷଣା କରିଛନ୍ତି । ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ଜୁଲାଇ ୧୬ରୁ ୯ମରୁ ଦ୍ୱାଦଶ ଶ୍ରେଣୀ ଯାଏ ଅଫଲାଇନ କ୍ଲାସ ଆରମ୍ଭ ହେବ । ସେହିପରି ୨୩ ତାରିଖରୁ ୬ରୁ ୮ମ ଶ୍ରେଣୀ ଯାଏ ପିଲାମାନେ ସ୍କୁଲ ଆସି କ୍ଲାସ କରିବେ । ତେବେ ପ୍ରଥମରୁ ୫ମ ଶ୍ରେଣୀ ପିଲାମାନେ କେବେ ସ୍କୁଲ ଆସିବେ ଏବେ ନିଷ୍ପତ୍ତି ନିଆଯାଇନାହିଁ । ସରକାର ଅଫଲାଇନ କ୍ଲାସ ଖୋଲିବାକୁ ଅନୁମତି ଦେଇଥିଲେ ହେଁ ପୂର୍ବଭଳି ଅନଲାଇନ କ୍ଲାସ ଜାରି ରହିବ । ଯେଉଁମାନେ ସ୍କୁଲ ନ ଆସି ଅଫଲାଇନରେ କ୍ଲାସ କରିବାକୁ ଚାହିଁବେ, ସେମାନଙ୍କୁ ଏହାର ସୁବିଧା ଯୋଗାଇ ଦିଆଯିବ । ସେହିପରି ଯେଉଁମାନେ ସ୍କୁଲ ଆସିବାକୁ ଚାହୁଁଛନ୍ତି, ସେମାନେ ପ୍ରଥମେ ନିଜ ବାପାମା’ଙ୍କ ଠାରୁ ଲିଖିତ ଅନୁମତିପତ୍ର ଆଣିବେ । କୌଣସି ଛାତ୍ରଛାତ୍ରୀଙ୍କୁ ଅଫଲାଇନ କ୍ଲାସ କରିବାକୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ।

Leave A Reply

Your email address will not be published.

seventeen + three =