ଚାଲିଗଲେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶାରଦା ପ୍ରସନ୍ନ ନାୟକ

0

ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଗୀତିକାର ଶାରଦା ପ୍ରସନ୍ନ ନାୟକଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ପରଲୋକ ନେଇ ସ୍ପଷ୍ଟ କଲେ ଶାରଦାଙ୍କ ସାନ ଭାଇ ସଂଗୀତଜ୍ଞ ସ୍ୱରୂପ ନାୟକ । ଅନେକ ସଫଳ ଫିଲ୍ମର ନିର୍ଦ୍ଦେଶନା, ସଂଳାପ ଦେଇଥିଲେ ଶାରଦା ପ୍ରସନ୍ନ।ଶାରଦାଙ୍କ ସଫଳ ଫିଲ୍ମ ମଧ୍ୟରେ ରହିଛି ଲକ୍ଷ୍ମୀ, କା, ସ୍ତ୍ରୀ, ସଂସାର। ଶାରଦାଙ୍କ ନିର୍ଦ୍ଦେଶିତ ଲକ୍ଷ୍ମୀ ଚଳଚ୍ଚିତ୍ର ରାଷ୍ଟ୍ରପତି ପୁରସ୍କାର ପାଇଥିଲା। ୨୦୧୩ରେ ସେ ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଥିଲେ।

Leave A Reply

Your email address will not be published.

1 × five =