କମ୍‌ ସାଲାରୀ ପାଉଥିବା କର୍ମଚାରୀଙ୍କୁ ଆଶ୍ୱସ୍ତି

0

ନୂଆଦିଲ୍ଲୀ: ଦେଶରେ କୋଭିଡ ସମୟରେ ରୋଜଗାରକୁ ପ୍ରୋତ୍ସାହନ ଦେବା ପାଇଁ ଗତବର୍ଷ ଆତ୍ମନିର୍ଭର ରୋଜଗାର ଯୋଜନା ଆରମ୍ଭ କରିଥିଲେ । ଚଳିତ ବର୍ଷ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୮ଜୁନରେ ଆର୍ଥିକ ଆଶ୍ୱସ୍ତି ପ୍ୟାକେଜ୍‌? ଘୋଷଣା କରିଥିଲେ । ଏଥିରେ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାର ଡେଡଲାଇନ୍‌ ଆସନ୍ତାବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ପଞ୍ଜୀକରଣର ଅନ୍ତିମ ଦିନକ ୩୦ଜୁନ ୨୦୨୧ରୁ ବଢାଇ ୩୧ ମାର୍ଚ୍ଚ ୨୦୨୨ କରିଦିଆଯାଇଛି । ଏଥିରେ ୧୫,୦୦୦ ଟଙ୍କାରୁ କମ ସାଲାରୀ ପାଉଥିବା କର୍ମଚାରୀଙ୍କୁ ଲାଭ ମିଳିବ । ଯୋଜନା ଅନୁସାରେ ପଞ୍ଜୀକରଣର ପ୍ରସ୍ତାବିତ ବଢିଥିବା ଅବଧି ପରେ ଔପଚାରିକ କ୍ଷେତ୍ରରେ ୭୧.୮ ଲକ୍ଷ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ସହିତ ଯୋଜନାର ଆନୁମାନିକ ଖର୍ଚ୍ଚ ବୃଦ୍ଧି ପାଇ ୨୨,୦୯୮ କୋଟି ଟଙ୍କା ହୋଇଯାଇଛି । ଏହା ଫଳରେ ଇପିଏଫଓରେ ପଞ୍ଜୀକୃତ ପ୍ରତିଷ୍ଠାନ ଓ ସେମାନଙ୍କ ନୂଆ କର୍ମଚାରୀ ଯେଉଁମାନଙ୍କ ମାସିକ ଆୟ ୧୫ ହଜାର ଟଙ୍କାରୁ କମ୍‌, ସେମାନଙ୍କୁ ଲାଭ ମିଳିବ ।

Leave A Reply

Your email address will not be published.

3 × 5 =