ଗୁଗୁଲ ପେ’ ନାମରେ ଅଭିନବ ଠକେଇ : ଲିଙ୍କ ଖୋଲୁ ଖୋଲୁ ଆକାଉଣ୍ଟରୁ ଖାଲି ହୋଇଗଲା ୫୩ ହଜାର ଟଙ୍କା

0

ଗୁଗୁଲ ପେ’ ନାମରେ ଫେକ କଲ୍ କରି ଅଭିନବ ଠକେଇ । କିଛି ସେକେଣ୍ଡ ମଧ୍ୟରେ ଆକାଉଂଟରୁ କଟିଗଲା ୫୩ ହଜାର ଟଙ୍କା । ଭୁବନେଶ୍ୱରର ରାମଚନ୍ଦ୍ର ପୃଷ୍ଟି ନାମକ ଜଣେ ବ୍ୟକ୍ତିଙ୍କୁ ଆସିିଥିଲା ଏକ ଫୋନ କଲ । ଫୋନ ରିସିଭ କରିବା ପୂର୍ବରୁ ଟ୍ରୁ କଲରରେ ରାମଚନ୍ଦ୍ର କିଏ ଫୋନ କରିଛି ଜାଣିବାକୁ ଚାହିଁଥିଲେ । ନାମ ଦେଖାଇଥିଲା ଗୁୁଗୁଲ ପେ କଷ୍ଟମର କେୟାର । ରାମଚନ୍ଦ୍ର ଫୋନ ଉଠାଇବା ପରେ ଫୋନ କରିଥିବା ବ୍ୟକ୍ତି ଜଣଙ୍କ କହିଥିଲେ ଯେ ଆପଣଙ୍କୁ ୪ ହଜାର ଟଙ୍କାର ରିୱାର୍ଡ ପଏଣ୍ଟ ମିଳିଛି । ତେବେ ଏଥିପାଇଁ ଏକ ଲିଙ୍କକୁ କ୍ଲିକ କରିବାକୁ ପଡିବ । ରାମଚନ୍ଦ୍ର ଫୋନ କରିଥିବା ବ୍ୟକ୍ତିଙ୍କ ନିର୍ଦ୍ଦେଶ ଅନୁସାରେ ଗୁଗୁଲ ପେକୁ ଯାଇ ଏକ ନିର୍ଦ୍ଦିଷ୍ଟ ଲିଙ୍କ ଉପରେ କ୍ଲିକ କରିଥିଲେ । ଚାହୁଁ ଚାହୁଁ ହଠାତ ଫୋନ ହ୍ୟାଙ୍ଗ ହୋଇଯାଇଥିଲା ଏବଂ ଗୁଗୁଲ ପେ ସହିତ ଲିଙ୍କ ଥିବା ୩ଟି ଆକାଉଂଟରୁ କଟିଯାଇଥିଲା ୫୩ ହଜାର ଟଙ୍କା । ତା’ପରେ ରାମଚନ୍ଦ୍ର ଜାଣିପାରିଥିଲେ ଯେ, ତାଙ୍କ ସହିତ ଠକେଇ ହୋଇଛି । ଏ ନେଇ ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି ।

Side effects Check with your doctor as soon as possible if you have any problems while using CAVERJECT Impulse, even if you do not think the problems are connected with the medicine or are not listed in this leaflet. generic cialis Ask your doctor or pharmacist to answer any questions you may have.

Leave A Reply

Your email address will not be published.