ଦର ବୃଦ୍ଧିକୁ ନେଇ କେନ୍ଦ୍ରକୁ ସଚିନଙ୍କ ଟାର୍ଗେଟ

0

ଡେରାଡୁନ: ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । କେନ୍ଦ୍ର ସରକାରଙ୍କ ବିରୋଧରେ ମହଙ୍ଗା ଦର ପ୍ରସଙ୍ଗକୁ ନେଇ ପାଇଲଟ କେନ୍ଦ୍ର ସରକାରଙ୍କ ବିରୋଧରେ ଅନେକ ଅଭିଯୋଗ କରିଥିଲେ । ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଭାଷଣ ଦେବାରେ ପାରଙ୍ଗମ କିନ୍ତୁ ମହଙ୍ଗା ଦରରେ ଜନସାଧାରଣଙ୍କୁ କୌଣସି ଆରାମ ଦେଉନାହାଁନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ଦେଶରେ ମହଙ୍ଗା ଦର ବହୁତ ଉଚ୍ଚ଼ରେ ରହିଛି । ବହୁ ପରିବାର ଖାଦ୍ୟ ମଧ୍ୟ ପାଉନାହାନ୍ତି । ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ବିଷୟରେ ସଚିନ ପାଇଲଟ କହିଛନ୍ତି ଯେ ଏହି ସମୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦେଶୀ ଘିଅ ଅପେକ୍ଷା ମହଙ୍ଗା ହୋଇଛି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ କ୍ରମାଗତ ବୃଦ୍ଧି ହେତୁ ପ୍ରତ୍ୟେକ ଜିନିଷ ମହଙ୍ଗା ହେବାରେ ଲାଗିଛି ଏବଂ ଦେଶର ସାଧାରଣ ଲୋକଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡୁଛି । ମହଙ୍ଗା ଦର ନେଇ ମଧ୍ୟ ସେ ଉତ୍ତରାଖଣ୍ଡ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ । ସଚିନ ପାଇଲଟ କହିଛନ୍ତି ଯେ, ଦେଶର ଅଧିକାଂଶ ରାଜ୍ୟରେ ପେଟ୍ରୋଲ ଦର ୧୦୦ ଟଙ୍କାରୁ ଅଧିକ ହୋଇଛି । ଗତ ୬ ମାସ ମଧ୍ୟରେ ପେଟ୍ରୋଲ ମୂଲ୍ୟ ୬୬ ଥର ବୃଦ୍ଧି କରାଯାଇଛି । ଏଥିରୁ କେନ୍ଦ୍ର ସରକାରଙ୍କ ନୀତି କଣ ଜଣାପଡୁଛି । ମହଙ୍ଗା ଦର କମ କରିବା ପରିବର୍ତ୍ତ ବଢ଼ିବାରେ କେନ୍ଦ୍ର ସରକାର ଅଧିକ ଆଗ୍ରହ ନେଉଛନ୍ତି । ଯେତେବେଳେ କଂଗ୍ରେସ ସରକାର କେନ୍ଦ୍ରରେ କ୍ଷମତାରେ ଥିଲା ସେତେବେଳେ ପେଟ୍ରୋଲ ଦର ବୃଦ୍ଧିକୁ ନେଇ ଯେଉଁ ପ୍ରସ୍ତାବ ଆସୁଥିଲା ସେ ସବୁକୁ ଆମେ ବିରୋଧ କରିଥିଲୁ । କିନ୍ତୁ ଏହି ସରକାର ଜାଣିଶୁଣି ଲୋକଙ୍କ ଉପରେ ମହଙ୍ଗା ଦରର ଭାର ଦେଉଛନ୍ତି ବୋଲି କହିଛନ୍ତି ପାଇଲଟ ।

Leave A Reply

Your email address will not be published.

nineteen − twelve =