ମୋରେପାନକୁ ସ୍ପୁଟନିକ୍‌-୫ ପ୍ରସ୍ତୁତି ଅନୁମତି

0

ନୂଆଦିଲ୍ଲୀ : ଭାରତରେ ରୁଷ ନିର୍ମିତ କୋଭିଡ ଟିକା ସ୍ପୁଟନିକ-୫ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଫାର୍ମା କମ୍ପାନୀ ମୋରେପାନ ଲ୍ୟାବକୁ ଅନୁମତି ପ୍ରଦାନ କରାଯାଇଛି । ହିମାଚଳ ପ୍ରଦେଶରେ ଥିବା କମ୍ପାନୀର କାରଖାନାରେ ଏହା ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି । ରୁଷର ଆରଡିଆଇଏଫ ଓ ମୋରେପାନ୍‌ ବର୍ତ୍ତମାନ ମିଳିତଭାବେ ବିଶ୍ୱରେ ଏହି ଟିକା ମାର୍କେଟିଂ କରୁଛନ୍ତି । ପ୍ରଥମ ବ୍ୟାଚ ଟିକା ପ୍ରସ୍ତୁତ ହେବାପରେ ଏହାକୁ ପରୀକ୍ଷା ନିମନ୍ତେ ରୁଷ ପଠାଯିବାର କାର୍ଯ୍ୟକ୍ରମ ରହିଛି । ଭାରତ ସରକାର ଏପ୍ରିଲ ୧୨ରୁ ଦେଶରେ ସ୍ପୁଟନିକ-୫ ଟିକାର ଜରୁରୀ ବ୍ୟବହାରକୁ ଅନୁମତି ଦେଇସାରିଛନ୍ତି ।

Leave A Reply

Your email address will not be published.

one × 2 =