ଗଞ୍ଜାମ ଜିଲ୍ଲାର ରୁମାଗଡ଼ରେ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି।
ପୋଲସରା ବ୍ଲକ୍ ଅନ୍ତର୍ଗତ ରୁମାଗଡ଼ ପଞ୍ଚାୟତର ରୁମାଗଡ଼ ଗାଁର ୫ଟି ସାହିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ରୁମାଗଡ଼ ପଞ୍ଚାୟତର ଖପରାଗଣ୍ଡା, କନ୍ଧପଲ୍ଲୀ ଓ ଭାତଖାଲି ଗାଁ ବଫର ଜୋନ୍ ଘୋଷଣା ବି କରାଯାଇଛି।