ରୋହିତ ଓ ବୋଲ୍ଟଙ୍କ ମଧ୍ୟରେ ହେବ କଡା ଟକ୍କର

0

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଐତିହାସିକ ବଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍‌ ମୁକାବିଲା । ଏହାକୁ ନେଇ ବିଭିନ୍ନ କ୍ରୀଡା ବିଶେଷଜ୍ଞ ଏବଂ ପୂର୍ବତନ କ୍ରିକେଟ୍‌ ଖେଳାଳିଙ୍କ ପକ୍ଷରୁ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି । ଏହା ମଧ୍ୟରେ ଭାରତର ପୂର୍ବତନ ଓପନିଂ ବ୍ୟାଟସମ୍ୟାନ ବୀରେନ୍ଦ୍ର ସେହ୍ୱାଗଙ୍କ ମତରେ ଫାଇନାଲ୍‌ ମ୍ୟାଚରେ ରୋହିତ ଶର୍ମା ଓ ଟ୍ରେଣ୍ଟ ବୋଲ୍ଡଙ୍କ ମଧ୍ୟରେ କଡା ମୁକାବିଲା ହେବ । ବୋଲ୍ଟଙ୍କ ସୁଇଙ୍ଗ ହୋଇ ଭିତରକୁ ଆସୁଥିବା ବଲ୍‌ ରୋହିତ କେମିତି ଖେଳିବେ ତାହା ଦେଖିବା କଥା । ରୋହିତଙ୍କ ଦକ୍ଷତା ଏବଂ ଶୀର୍ଷ କ୍ରମରେ ତାଙ୍କର ନିକଟ ଫର୍ମକୁ ଦେଖିଲେ ଲାଗୁଛି ଯେ, ହିଟ୍‌ମ୍ୟାନ୍‌ ଇଂଲଣ୍ଡରେ ସଫଳତା ହାସଲ କରିବେ । ଭାରତ ଓ ନ୍ୟୁଜିଲାଣ୍ଡ ଆସନ୍ତା ୧୮ରୁ ୨୨ ପର୍ଯ୍ୟନ୍ତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍‌ ମୁକାବିଲା ଖେଳାଯିବ । ସେହ୍ୱାଗ କହିଛନ୍ତି ଯେ, ମୁଁ ବୋଲ୍ଟ ଓ ରୋହିତଙ୍କ ମୁକାବିଲା ଦେଖିବାକୁ ଚାହିଁବି । ଯଦି ରୋହିତ କ୍ରିଜରେ ଜମି ଯାଆନ୍ତି ଏବଂ ବୋଲ୍ଟଙ୍କ ପ୍ରାରମ୍ଭିକ କିଛି ଓଭର ଖେଳି ନିଅନ୍ତି ତେବେ ଭାରତର ସ୍ଥିତି ମଜବୁତ ହୋଇଯିବ । ହେଲେ ପ୍ରଥମ ୧୦ ଓଭର ସତର୍କ ରହିବା ଭାରତୀୟ ଓପନିଂ ବ୍ୟାଟସମ୍ୟାନଙ୍କ ପାଇଁ ବହୁତ ଜରୁରୀ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

seventeen − 15 =