ମରଣଯନ୍ତା ପାଲଟିଛି ରେଳ ଲେଭେଲ କ୍ରସିଂ

0

ବାଲେଶ୍ୱର : ବାଲେଶ୍ୱର ଜିଲାର ଜଳେଶ୍ୱର ସହର ମଧ୍ୟ ଦେଇଯାଇଥିବା ଉତ୍ତର ପୂର୍ବ ରେଳପଥର ନୂଆବଜାର ଲେଭେଲ କ୍ରସିଂ ମରଣଯନ୍ତାରେ ପରିଣତ ହୋଇଛି । ଜଳେଶ୍ୱରରୁ ଚନ୍ଦନେଶ୍ୱର, ଦୀଘା, କାନ୍ଥି ଇତ୍ୟାଦି ସ୍ଥାନକୁ ସିଧାସଳଖଭାବେ ସଂଯୋଗ କରୁଥିବା ୫୭ନଂ ରାଜ୍ୟ ରାଜପଥରେ ଥିବା ଏହି ରେଳ ଲେଭେଲକ୍ରସିଂର ଅବସ୍ଥା ଅବର୍ଣ୍ଣନୀୟ । ପ୍ରତିଦିନ ହଜାର ହଜାର ଗାଡି ମଟର ଯିବା ଆସିବା କରୁଥିଲେ ମଧ୍ୟ ଏଥିପ୍ରତି ବିଭାଗୀୟ କର୍ମକର୍ତ୍ତାମାନେ ନଜର ଦେଉନାହାନ୍ତି । ଗତ ଜୁନ୍‌ ୨୬ ତାରିଖରେ ଜଳେଶ୍ୱରକୁ ଦକ୍ଷିଣପୂର୍ବ ରେଳ ପଥର ଡିଆର୍‌ଏମ୍‌ ଏବଂ ଉଚ୍ଚପଦସ୍ଥ କର୍ମଚାରୀଙ୍କ ଗସ୍ତ ସମୟରେ ସମାଜ କଲ୍ୟାଣ ବିକାଶ ପରିଷଦ ଓ ବିଭିନ୍ନ ସଂଗଠନ ପକ୍ଷରୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା । ସେ ଏହାକୁ ତୁରନ୍ତ ମରାମତି କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟକାରୀ ହୋଇ ନାହିଁ । ଫଳରେ ଡିଆର୍‌ଏମ୍‌ଙ୍କ ପ୍ରତିଶୃତି ପାଣିରଗାର ପାଲଟିଛି । ଯଥାଶୀଘ୍ର ରେଳ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.

3 × 2 =