ଟିକାକୁ ନେଇ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ସ୍ଥାନୀୟ ଲୋକେ

0

ହରଭଙ୍ଗା, ଟିକାକରଣ କେନ୍ଦ୍ରରେ ଟିକା ଅଭାବ ଯୋଗୁଁ ସ୍ଥାନୀୟ ଲୋକେ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ରାସ୍ତା ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା । ସୂଚନା ଅନୁସାରେ ଆଜି ବୌଦ୍ଧ ଜିଲ୍ଲାରେ ୧୧ଟି କେନ୍ଦ୍ରରେ ୩ ହଜାର ଟିକା ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥି ମଧ୍ୟରୁ ଆଡେଣିଗଡ଼ ଟିକାକରଣ କେନ୍ଦ୍ରରେ ୨୦୦ ଡୋଜ ଟିକା ଦେବାର ବନ୍ଦୋବସ୍ତ ହୋଇଥିଲା । ତେବେ ଟିକାକରଣ କେନ୍ଦ୍ରକୁ ଟିକା ନେବାପାଇଁ ମାତ୍ରାଧିକ ଲୋକଙ୍କ ଭିଡ ଜମିବାରୁ କେନ୍ଦ୍ରରେ ଅବ୍ୟବସ୍ଥା ଦେଖା ଦେଇଥିଲା । ଫଳରେ ଟିକା ନେବାରୁ ବଞ୍ଚିତ ହେବା ଆଶଙ୍କାରେ ଆଶାୟୀମାନେ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିବା ଦେଖିବାକୁ ମିଳିଥିଲା । ପରେ ପୁଲିସ ସେମାନଙ୍କୁ ବୁଝାସୁଝା କରିବାରୁ ୧ଘଣ୍ଟା ପରେ ରାସ୍ତାରୋକ ହଟିଛି । ଅନ୍ୟପଟେ ଟିକା ନେବାପାଇଁ ଆସୁଥିବା ଆଶାୟୀମାନଙ୍କ ମଧ୍ୟରୁ ଅଧିକାଂଶ ମୁହଁରେ ମାସ୍କ ପିନ୍ଧିନଥିବା ବେଳେ ସାମାଜିକ ଦୂରତ୍ୱ ପ୍ରତି ମଧ୍ୟ କେହି ଗୁରୁତ୍ୱ ଦେଉନଥିବା ଦେଖିବାଜୁ ମିଳିଥିଲା ।

Leave A Reply

Your email address will not be published.

nineteen − twelve =