ବାଇକୁଲା ଜେଲ୍ ଗଲେ ରିୟା ଚକ୍ରବର୍ତ୍ତୀ

0

ବୁଧବାର ସକାଳେ ‘ନାକ୍ରୋଟିକ୍ସ୍ କଣ୍ଟ୍ରୋଲ୍ ବ୍ୟୁରୋ’ର (ଏନ୍‌ସିବି) ଅଧିକାରୀମାନେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ବାଇକୁଲା ଜେଲ୍‌କୁ ଆଣିଛନ୍ତି। ସେ ସେଠାରେ ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ରହିବେ। ଏବେ ମଧ୍ୟ ଔପଚାରିକ ପ୍ରକ୍ରିୟା ଚାଲୁ ରହିଛି। ଏହା ପରେ ରିୟାଙ୍କୁ ଅଦାଲତରେ ହାଜର କରାଯିବ। ରିୟାଙ୍କ ଓକିଲ ସତୀଶ ମାନେସିନ୍ଧେ ଆଜି ପୁଣି ଜାମିନ ନିମନ୍ତେ ଉଚ୍ଚତର ଅଦାଲତରେ ଆବେଦନ କରିବେ। ଗତକାଲି ରିୟାଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା।ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଚାଲିଥିବା ନିଶା ଔଷଧ ସମ୍ବନ୍ଧୀୟ ତଦନ୍ତ ମାମଲାରେ ରିୟାଙ୍କୁ ମଙ୍ଗଳବାର ଦିନ ଗିରଫ କରାଯାଇଥିଲା। ତାଙ୍କ ଭାଇ ସୌଭିକ ଏବଂ ରାଜପୁତଙ୍କ ଘର ପରିଚାଳକ ସାମୁ‌ଏଲ୍‌ ମିରାଣ୍ଡାଙ୍କୁ ‘ଏନ୍‌ସିବି’ ଗିରଫ କରିବାର ତିନି ଦିନ ପରେ ରିୟା ଗିରଫ ହୋଇଛନ୍ତି।

 

Leave A Reply

Your email address will not be published.