ପ୍ରକାଶ ପାଇଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦଶମ ପରୀକ୍ଷା ରେଜଲ୍ଟ

0

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଅଧୀନରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ) ର ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି । ଓଡ଼ିଶାର ପ୍ରତ୍ୟେକ ବ୍ଲକରେ ଗୁଣାତ୍ମକ ଇଂରାଜୀ ମାଧ୍ୟମ ଶିକ୍ଷା ମାଗଣାରେ ଯୋଗାଇବାର ମହତ୍‌ ଲକ୍ଷ୍ୟ ନେଇ ରାଜ୍ୟ ସରକାର ଆଦର୍ଶ ବିଦ୍ୟାଳୟ ଯୋଜନା ଆରମ୍ଭ କରିଥିଲେ । ଚଳିତ ବର୍ଷ ୧୦୦ଟି ଆଦର୍ଶ ବିଦ୍ୟାଳୟର ୫୪୩୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଚଳିତ ବର୍ଷ ବିଦ୍ୟାଳୟର ପାସ୍‌ ହାର ଉତ୍ସାହଜନକ ଭାବରେ ୮୦.୬୯% ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ ଯୋଗେ ବିଦ୍ୟାଳୟର ସଫଳତାକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଶିକ୍ଷାନୁଷ୍ଠାନର ସମସ୍ତ କର୍ମଚାରୀ ଓ ଶିକ୍ଷକଙ୍କୁ ସାଧୁବାଦ ଜଣାଇବା ସହ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ଶ୍ରୀ ପଟ୍ଟନାୟକ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସରକାରୀ ବାସଭବନରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସର୍ବମୋଟ ୪୪୨୭ ବିଦ୍ୟାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବଲାଙ୍ଗୀର ପଥରଚେପା ଆଦର୍ଶ ବିଦ୍ୟାଳୟର ସଂସ୍କୃତି ଖମାରୀ ସର୍ବାଧିକ ୯୮.୮ % ମାର୍କ ରଖି ରାଜ୍ୟରେ ଟପ୍ପର ହୋଇଥିବା ବେଳେ କଳାହାଣ୍ଡି ଜୁନାଗଡ଼ ଆଦର୍ଶ ବିଦ୍ୟାଳୟର ଭୁବନ ମେହେର ୯୮.୬% ମାର୍କ ରଖି ଦ୍ୱିତୀୟ ସ୍ଥାନ ଏବଂ କେନ୍ଦୁଝର ଆନନ୍ଦପୁର ସାଲପଡ଼ା ଆଦର୍ଶ ବିଦ୍ୟାଳୟର ସଙ୍ଗୀତା ସଂଘମିତ୍ରା ନାୟକ ୯୭.୮% ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

Leave A Reply

Your email address will not be published.

10 − eight =