କୋହଳ ହେଲା କଟକଣା, ଜାଣନ୍ତୁ ବଜାର କେତେ ସମୟ ପର୍ଯ୍ୟନ୍ତ ଖୋଲା ରହିବ

0

ବ୍ରହ୍ମପୁର ସମେତ ଗଂଜାମ ଜିଲ୍ଲାରେ କୋହଳ ହେଲା କଟକଣା। ଆଜି ଗଞ୍ଜାମ ଜିଲ୍ଲାରେ ସକାଳ ୫ରୁ ରାତି ୮ ପର୍ଯ୍ୟନ୍ତ ବଜାର ଖୋଲା ରହିବ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସପ୍ତାହାନ୍ତ ସଟଡାଉନ ରହିବ। ସବୁ ଦୋକାନୀ ସାମାଜିକ ଦୂରତ୍ୱ ଓ ପଞ୍ଚସୂତ୍ରୀ କଟକଣା ମାନିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ୱିଟ୍ କରି କହିଛନ୍ତି।ସେହିପରି ଆଜି ଠାରୁ ବ୍ରହ୍ମପୁରକୁ ଯାଆସ ଉପରେ ରହିବନି ପ୍ରତିବନ୍ଧକ। କରୋନା ସଂକ୍ରମଣ ଦୃଷ୍ଟିରୁ ଲାଗୁ ହୋଇଥିବା ଏହି କଟକଣା ଆଜି ଉଠାଇ ଦିଆଯିବ ବୋଲି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।ଏଣିକି ବିନା ପ୍ରତିବନ୍ଧକରେ ବ୍ରହ୍ମପୁରକୁ ବାହାର ସ୍ଥାନରୁ ଯାଇହେବ ଏବଂ ବ୍ରହ୍ମପୁର ଲୋକ ବାହାରକୁ ଆସିପାରିବେ। ଏଥିସହ ବ୍ରହ୍ମପୁର ସହରରେ ବଜାର ଖୋଲିବା ସମୟ ମଧ୍ୟ ବଢ଼ାଇ ଦିଆଯାଇଛି। ସୋମବାରରୁ ଶୁକ୍ରବାର ସକାଳ ୫ରୁ ରାତି ୮ ପର୍ଯ୍ୟନ୍ତ ବଜାର ଖୋଲା ରହିବ।

ପୂର୍ବରୁ ବଜାର ସକାଳ ୫ଟାରୁ ଅପରାହ୍ଣ ୪ଟା ଯାଏଁ ଖୋଲା ରହୁଥିଲା। ତେବେ ସପ୍ତାହାନ୍ତ ସଟଡାଉନ ସରକାରୀ ନିୟମ ଅନୁସାରେ ପୂର୍ବବତ୍ ଜାରି ରହିବ ବୋଲି କହିଛି ବ୍ରହ୍ମପୁର ମହାନଗର ନିଗମ।

Leave A Reply

Your email address will not be published.