ପ୍ଲେଷ୍ଟୋର୍‌ରୁ ହଟିଲା ‘ରିମୁଭ୍ ଚାଇନା ଆପ୍‌ସ’

0

କିଛିଦିନ ଭିତରେ ଲୋକପ୍ରିୟ ହୋଇଥିବା ‘ରିମୁଭ୍ ଚାଇନା ଆପ୍‌ସ’କୁ ଗୁଗୁଲ୍ ପ୍ଲେଷ୍ଟୋର୍‌ରୁ ହଟାଇ ଦିଆଯାଇଛି। ପ୍ଲେଷ୍ଟୋର୍‌ର ସର୍ତ୍ତ ଉଲ୍ଲଂଘନ କରିଥିବାରୁ ଏହି ଆପ୍ ବିରୋଧରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଗୁଗୁଲ୍‌ର ସର୍ତ୍ତ ଅନୁସାରେ କୋଣସି ଆପ୍ ତୃତୀୟ ପକ୍ଷ ଆପ୍‌କୁ ହଟାଇବା ଲାଗି ବ୍ୟବହାରକାରୀଙ୍କୁ ଉତ୍ସାହିତ କରିପାରିବ ନାହିଁ। ଯଦି ସେଭଳି କୌଣସି ଘଟଣା ସାମ୍ନାକୁ ଆସେ ତେବେ ଉକ୍ତ ଆପ୍‌କୁ ତୁରନ୍ତ ପ୍ଲେଷ୍ଟୋର୍‌ରୁ ହଟାଇ ଦିଆଯିବ। ସେହି ସର୍ତ୍ତ ଆଧାରରେ ରିମୁଭ୍ ଚାଇନା ଆପ୍ସ’ ବିରୋଧରେ ପଦକ୍ଷେପ ଗ୍ରହଣ କରାଯାଇଛି। ଗତ ମେ’ ୧୭ରେ ଏହା ପ୍ଲେଷ୍ଟୋର୍‌ରେ ଉପଲବ୍ଧ ହୋଇଥିଲା। କିଛି ଦିନ ଭିତରେ ୫୦ ଲକ୍ଷରୁ ଅଧିକ ଥର ଏହାକୁ ଡାଉନ୍‌ଲୋଡ୍‌ କରାଯାଇଥିଲା। କରୋନା ଓ ସୀମାରେ ଚୀନ୍ ସହିତ ଲାଗି ରହିଥିବା ଉତ୍ତେଜନା ଭଳି ଏକ ସମୟରେ ଏହି ଆପ୍ ଉପଲବ୍ଧ ହୋଇଥିଲା। ସେଥିପାଇଁ ଏହାକୁ ଅଧିକ ଥର ଡାଉନ୍‌ଲୋଡ୍ କରାଯାଇଥିଲା।

Leave A Reply

Your email address will not be published.

11 − 2 =