ଆରମ୍ଭ ହେଲା ୟୁ-ଟ୍ୟୁବରେ ପାଠପଢ଼ା

0

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ୟୁଟ୍ୟୁବ ପାଠପଢା । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ୟୁଟ୍ୟୁବରେ ପାଠ ପଢିବେ । ଏନେଇ ବ୍ୟାପକ ପ୍ରସ୍ତୁତି କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ରାଜ୍ୟର ସବୁ ଜିଲ୍ଲାର ଶିକ୍ଷା ଅଧିକାରୀ ମାନେ ଲାଇଭ ଷ୍ଟ୍ରିମିଂ ପାଇଁ ବ୍ୟବସ୍ଥା କରିଛନ୍ତି । ଅନଲାଇନ ପାଠପଢା ପାଇଁ ଟାଇମ ଟେବୁଲ ପ୍ରକାଶ କରାଯାଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସକାଳ ୯ଟାରୁ ପଢା ଆରମ୍ଭ ହୋଇଥିବା ବେଳେ ସାଢେ ୧୦ଟା ଯାଏଁ ଚଲିବ । ଏହା ପରେ ନବମ ଓ ଦଶମ ପିଲାଙ୍କ ପାଠପଢା ୧୦ଟା ୪୫ରୁ ଗୋଟାଏ ଯାଏଁ ଚାଲିବ ।

Leave A Reply

Your email address will not be published.

3 × one =