ଘୋଷ ଯାତ୍ରାକୁ ଆଉ ମାତ୍ର ଦୁଇ ଦିନ

0

ପୁରୀ: ଆଉ ୨ଦିନ ରହିଲା ରଥଯାତ୍ରା। ଶୁକ୍ରବାର ନବଯୌବନ ଦର୍ଶନ ଥିବା ବେଳେ ଆଜି ଶନିବାର ଉଭାଯାତ୍ରା ସାଙ୍ଗକୁ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବ। ସକାଳ ଧୂପ ନୀତି ସରିବା ପରେ ରଥଖଳାକୁ ଆଜ୍ଞାମାଳ ବିଜେ କରିବ। ସେପଟେ ରଥ ପ୍ରସ୍ତୁତ ହେବାରେ ଲାଗିଛି। ଶୁକ୍ରବାରଠାରୁ କନା ପଡ଼ିବା ଆରମ୍ଭ ହୋଇଥିବା ବେଳେ, ରବିବାର ଶେଷ ହୋଇଯିବ।

ଶୁକ୍ରବାରଠାରୁ ସେବାୟତଙ୍କ ଆରଟିପିସିଆର ଟେଷ୍ଟ ଚାଲିଛି। ପ୍ରାୟ ୨ହଜାର ସେବାୟତଙ୍କ ଟେଷ୍ଟ ସରିଛି। ନେଗେଟିଭ୍ ରିପୋର୍ଟ ଆସିଥିବା ସେବାୟତଙ୍କୁ ନିଯୋଗ ପକ୍ଷରୁ ପାସ୍ ପ୍ରଦାନ କରାଯାଇଛି। ଖରାକୁ ଦୃଷ୍ଟିରେ ରଖି ରଥ ରହିବା ସ୍ଥାନକୁ ହ୍ଵାଇଟ୍ ଏନାମେଲ ପେଣ୍ଟ୍ କରାଯାଇଛି।

Leave A Reply

Your email address will not be published.

18 − 15 =