ମୂଷା କାଟିଲା ୨ ଲକ୍ଷ ଟଙ୍କାର ନୋଟ

0

ହାଇଦ୍ରାବାଦ : ଦେଶରେ ବ୍ୟବସାୟରେ କ୍ଷତି ଠାରୁ ଆରମ୍ଭ କରି ଠକେଇ ଭଳି ଅନେକ ମାମଲା ପ୍ରତିଦିନ ଶୁଣିବାକୁ ମିଳେ । କିନ୍ତୁ ତେଲେଙ୍ଗାନାର ଜଣେ କୃଷକ ଯେପରି ଯନ୍ତ୍ରଣା ଭୋଗୁଛନ୍ତି ତାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଚାଷୀଙ୍କ ବ୍ୟାଗରେ ରଖାଯାଇଥିବା ଟଙ୍କାକୁ ମୂଷାମାନେ କାଟି ଦେଇଛନ୍ତି । ସେ ବି ହଜାରେ କି ଦୁଇ ହଜାର ଟଙ୍କା ନୁହେଁ ପୁରା ଦୁଇ ଲକ୍ଷ ଟଙ୍କା । ରେଡ୍ଡୀ ନାୟକ ତେଲେଙ୍ଗାନାର ଇନ୍ଦିରାନଗର ଥାଣ୍ଡାର ଭେମାନୁର ଗାଁର ରୁହନ୍ତି ଜଣେ କୃଷକ । ସେ ତାଙ୍କ ଟଙ୍କା ଏକ ବ୍ୟାଗରେ ରଖି ଆଲମାରୀରେ ରଖିଥିଲେ । ଇଣ୍ଡିଆ ଟୁଡେ ଖବର ଅନୁଯାୟୀ ରେଡ୍ଡୀ ପେଟ ଅପରେସନ ପାଇଁ ଏହି ଟଙ୍କା ଜମା କରିଥିଲେ । ରେଡ୍ଡୀଙ୍କ ଅନୁଯାୟୀ ସେ ପନିପରିବା ବିକ୍ରି କରି ଏହି ଟଙ୍କା ଜମା କରିଥିଲେ । ଆଉ କିଛି ସମ୍ପର୍କୀୟଙ୍କୁ ମାଗି ରଖିଥିଲେ । ସେ ଏକ କପଡା ବ୍ୟାଗରେ ୨ ଲକ୍ଷ ଟଙ୍କା ଥିଲା ଯାହାକୁ ଆଲମାରିରେ ରଖିଥିଲେ । ଦିନେ ଯେତେବେଳେ ସେ ଆଲମାରୀ ଖୋଲି ଦେଖିଲେ ମୂଷା ସବୁ ଟଙ୍କା କାଟି ଦେଇଛି । ରେଡ୍ଡୀ ନାୟକ ନିଜର ରୋଜଗାର ପାଇଁ ପନିପରିବା ବିକ୍ରି କରନ୍ତି । ରେଡ୍ଡୀ କହିଛନ୍ତି ଯେ ଚିରା ନୋଟ ବଦଳାଇବା ପାଇଁ ସେ ଅନେକ ବ୍ୟାଙ୍କ ନିକଟକୁ ଯାଇଥିଲେ, କିନ୍ତୁ ସମସ୍ତ ବ୍ୟାଙ୍କ ଅଧିକାରୀ ମନା କରିଦେଇଥିଲେ । ତେବେ ବ୍ୟାଙ୍କଗୁଡିକ ତାଙ୍କୁ ଆରବିଆଇର ହାଇଦ୍ରାବାଦ ଶାଖାରେ ରିପୋର୍ଟ କରିବାକୁ କହିଛନ୍ତି । ସୂଚନାଯୋଗ୍ୟ ଯେ ନିକଟରେ ଆର୍ବିଆଇ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ଯେ ଚିରା ଫଟା ନୋଟ ବଦଳାଇ ଦିଆଯିବ । କିନ୍ତୁ ମୂଷା କାଟିଥିବା ନୋଟଗୁଡିକର ସମାଧାନ ହୋଇପାରିଲା ଭଳି ଜଣାପଡୁନାହିଁ ।

Leave A Reply

Your email address will not be published.

eighteen + 15 =