ଯୁବତୀଙ୍କୁ ଡାକି ନେଇ ଜଙ୍ଗଲରେ ଦୁଷ୍କର୍ମ କରିଥିବା ଯୁବକଙ୍କୁ ୨୦ ବର୍ଷ ଜେଲ୍‌

0

ବାରିପଦା : ମେଳା ଦେଖାଇବା ବାହାନାରେ ଜଣେ ଯୁବତୀଙ୍କୁ ଡାକି ନେଇ ଜଙ୍ଗଲ ଭିତରେ ଦୁଷ୍କର୍ମ କରିଥିବା ଯୁବକକୁ ବାରିପଦା ଅତିରିକ୍ତ ଜିଲ୍ଲା ଦୌରାଜଜ ଚେଧୁରୀ ପ୍ରବୀର କୁମାର ୨୦ ବର୍ଷ ସଶ୍ରମ ଜେଲଦଣ୍ଡ ରାୟ ଶୁଣାଇଛନ୍ତି । ଅନ୍ୟପକ୍ଷରେ ଅଭିଯୁକ୍ତକୁ ସାହାଯ୍ୟ କରିଥିବା ଅନ୍ୟ ଜଣେ ଅଭିଯୁକ୍ତକୁ ମଧ୍ୟ ୨୦ ବର୍ଷର ଦଣ୍ଡ ଶୁଣାଇଛନ୍ତି । ଦୁଷ୍କର୍ମକାରୀ ଯୁବକ ହେଉଛି ବାରିପଦା ସଦର ଥାନା ଅନ୍ତର୍ଗତ ମେଘମାରି ଅଞ୍ଚଳର କୁସୁ ମୁର୍ମୁ(୨୮) ଓ ତାକୁ ସାହାଯ୍ୟ କରିଥିବା ଯୁବକ ହେଉଛି ଚନ୍ଦନପୁର ଅଞ୍ଚଳର ମଣ୍ଡଳ ମାରାଣ୍ଡି(୨୮) । ସୂଚନା ଅନୁସାରେ ୨୦୧୬ ମାର୍ଚ୍ଚ ୧୧ ତାରିଖ ଉକ୍ତ ସନ୍ଧ୍ୟାରେ ଅଭିଯୁକ୍ତ କୁସୁ ୨୦ ବର୍ଷୀୟା ଯୁବତୀଙ୍କୁ ମେଳା ଦେଖାଇବାକୁ ଡାକିଥିଲା । ପିଡିତା ଅଭିଯୁକ୍ତ ନିକଟକୁ ଆସିବା ପରେ ଯୁବକ ଜଣଙ୍କ ସନ୍ଧ୍ୟାରେ ଜଙ୍ଗଲରେ ନେଇ ଦୁଷ୍କର୍ମ କରିଥିଲା । ଏହି ଘଟଣାରେ ପିଡୀତାଙ୍କର ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଏହା ଦେଖି କୁସୁ ତାର ବନ୍ଧୁ ମଣ୍ଡଳକୁ ଘଟଣାସ୍ଥଳକୁ ଡାକିଥିଲା । ଦୁଇ ଅଭିଯୁକ୍ତ ମିଳିତ ଭାବେ ପିଡୀତାଙ୍କୁ ଅତ୍ୟନ୍ତ ମୁମୂର୍ଷ ଭାବେ ତାଙ୍କ ଘର ପାଖ ଜଙ୍ଗଲରେ ଛାଡି ଦେଇ ଚାଲିଯାଇଥିଲେ । ସେଠାରେ ଥିବା ସ୍ଥାନୀୟ ଲୋକେ ପିଡୀତାଙ୍କୁ ଉଦ୍ଧାର କରିଥିଲେ । ଏନେଇ ଅଭିଯୋଗ କ୍ରମେ ରାସଗୋବିନ୍ଦପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଦଫା ୩୭୬(ଡିି) ଆଧାରରେ ଜଜ ଦୁଇ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇବା ସହ ଉଭୟଙ୍କୁ ୨୦ହଜାର ଟଙ୍କା ଲେଖାଏଁ ଜରିମାନା ରାୟ ମଧ୍ୟ ଶୁଣାଇଛନ୍ତି ।

Leave A Reply

Your email address will not be published.

seventeen + 15 =