ନିଲାମ ହେଲା ରାଜକୁମାରୀ ଡାଏନାଙ୍କ କାର

0

ଲଣ୍ଡନ: ବ୍ରିଟେନର ରାଜକୀୟ ପରିବାରରେ ୱେଲ୍ସର ରାଜକୁମାରୀ ଡାଏନା ଜଣେ ଫ୍ୟାସନ ଆଇକନ ଭାବରେ ଜଣାଶୁଣା । ଜୁଲାଇ ୧ରେ ସ୍ୱର୍ଗତ ରାଜକୁମାରୀ ଡାଏନାଙ୍କ ୬୦ ତମ ଜନ୍ମଦିନ ପାଳନ କରାଯାଇଥିଲା । ରାଜପ୍ରାସାଦର ସାଙ୍କନ ବଗିଚାରେ ଏହି ଅବସରରେ ରାଜକୁମାରୀ ଡାଏନାଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା । ତାଙ୍କ ଜନ୍ମଦିନ ପୂର୍ବରୁ ରାଜକୁମାରୀଙ୍କ ସିଲଭର ସାଲୁନ କାର ୫୦ ହଜାର ପାଉଣ୍ଡ (ପ୍ରାୟ ୫୪ ଲକ୍ଷ ଟଙ୍କା) ରେ ବିକ୍ରି ହୋଇଥିଲା । ସୂଚନା ଅନୁଯାୟୀ, ରାଜକୁମାରୀ ଡାଏନାଙ୍କ ଏହି କାରକୁ ଦକ୍ଷିଣ ଆମେରିକାର ଏକ ସଂଗ୍ରହାଳୟ କିଣିଥିଲା । ଏହି କାରକୁ ରାଜକୁମାରୀଙ୍କୁ ତାଙ୍କ ସ୍ୱାମୀ ପ୍ରିନ୍ସ ଚାର୍ଲ୍ସ ଉପହାର ଦେଇଥିଲେ ।

Leave A Reply

Your email address will not be published.

3 × 4 =