ଆଳିର ସଙ୍ଗରୋଧ କେନ୍ଦ୍ରରେ ପାଳିତ ହେଲା ରଜ ଉତ୍ସବ

0

କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଲକ ବଡାମ୍ବିଳା ପଞ୍ଚାୟତର ନମୌଜା ହାଇସ୍କୁଲ ଓ ବଡାମ୍ବିଳା ପ୍ରାଥମିକ ବିଦ୍ୟାଳୟର ଦୁଇଟି ସଙ୍ଗରୋଧ କେନ୍ଦ୍ରରେ ଆଜି ରଜ ଉତ୍ସବ ପାଳିତ ହୋଇଛି । ସଙ୍ଗରୋଧର ନିଃସଙ୍ଗତାକୁ ଦୂର କରିବା ପାଇଁ ବଡାମ୍ବିଳା ସରପଞ୍ଚ ଭରତ ସେଠୀ,ପଞ୍ଚାୟତ ସମିତି ଅଧ୍ୟକ୍ଷା ଝରଣା ଦାଶ,ସମାଜସେବୀ ପ୍ରଦ୍ୟୁମ୍ନ କୁମାର ଦାଶ ସାମାଜିକ ଦୂରତା ମଧ୍ୟରେ ଅନ୍ତେବାସୀମାନଙ୍କ ପାଇଁ ଆୟୋଜନ କରିଥିଲେ ରଜ ଉତ୍ସବ।କେନ୍ଦ୍ରରେ ପୃଥକବାସରେ ରହୁଥିବା ମହିଳା ଅନ୍ତେବାସୀମାନଙ୍କୁ ନୂଆ ଶାଢି,ଶଙ୍ଖା,ସିନ୍ଦୂର,ଅଳତା,ଅଗରୁ,ଚନ୍ଦନ ସହିତ ପୁରୁଷ ଓ ଶିଶୁମାନଙ୍କୁ ପରିଧାନ କରାଯାଇଥିଲା ନୂଆବସ୍ତ୍ର।

ରଜ ଉତ୍ସବର ସ୍ବାଦିଷ୍ଟ ପିଠାପଣା ସହିତ ଆମ୍ବ,ପଣସ,କଦଳୀ ଆଦି ଫଳର ଖାଦ୍ୟ ପରିବେଷଣ କରାଯାଇଥିଲା ଅନ୍ତେବାସୀ ମାନଙ୍କୁ।ନୂଆ ଲୁଗାପଟା ସହିତ ସ୍ବାଦିଷ୍ଟ ଖାଦ୍ୟର ଭୋଜନରେ ଖୁସି ମନାଇଥିଲେ ପ୍ରବାସୀ ଅନ୍ତେବାସୀମାନେ। ସାମାଜିକ ଦୂରତା ନିୟମକୁ ପାଳନ କରି ଅନ୍ତେବାସୀମାନେ ପରସ୍ପରକୁ ରଜ ଅଭିନନ୍ଦନ ଜଣାଇ
କରୋନାମୁକ୍ତ ଜୀବନ ପାଇଁ ଶୁଭକାମନା କରିଥିଲେ। ଆୟୋଜକମାନଙ୍କର ଏହି ପ୍ରୟାସ ପାଇଁ ଅନ୍ତେବାସୀମାନେ କୃତଜ୍ଞତା ଜଣାଇଥିବା ବେଳେ ନିଃସଙ୍ଗବାସର ନିଃସଙ୍ଗତାରେ ଅନ୍ତେବାସୀମାନେ ରଜପର୍ବ ପାଳନ ନକରିପାରିବାର ଦୁଃଖରେ ଯେପରି ଦୁଃଖିତ ନହୁଅନ୍ତି ସେଥିପାଇଁ ଏଭଳି ପ୍ରୟାସ କରାଯାଇଛି ।

Leave A Reply

Your email address will not be published.

three × 4 =