ପୋଲିସ ରିମାଣ୍ଡରେ ରାଜ କୁନ୍ଦ୍ରା

0

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ କୋର୍ଟ ୩ ଦିନ ପୋଲିସ ରିମାଣ୍ଡରେ ପଠାଇଛନ୍ତି । କୁନ୍ଦ୍ରାଙ୍କ ସହ ଅନ୍ୟତମ ଅଭିଯୁକ୍ତ ରୟାନ ଥରାପ ମଧ୍ୟ ୨୩ ପର୍ୟ୍ୟନ୍ତ ପୋଲିସ ହାଜତରେ ରହିବେ । ମୁମ୍ବାଇ ପୋଲିସ କୁନ୍ଦ୍ରାକୁ ପର୍ଣ୍ଣ ଫିଲ୍ମ ନିର୍ମାଣ ଓ ବିକ୍ରି ଅଭିଯୋଗରେ ଗିରଫ କରିଥିଲା । ମଙ୍ଗଳବାର ରାୟନକୁ ଗିରଫ କରିବା ପରେ ଉଭୟଙ୍କୁ ମୁମ୍ବାଇ ଏସପ୍ଲେନେଡ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ସେମାନଙ୍କୁ ଜୁଲାଇ ୨୩ ପର୍ୟ୍ୟନ୍ତ ପୋଲିସ ରିମାଣ୍ଡରେ ପଠାଇ ଦେଇଛନ୍ତି । ପୋଲିସ ଏବେ ୩ ଦିନ କୁନ୍ଦ୍ରା ଓ ରୟାନକୁ ଜେରା କରିବ । ପରେ ସେମାନଙ୍କୁ ପୁଣି କୋର୍ଟରେ ହାଜର କରାଯିବ । ତେବେ ରାଜ କୁନ୍ଦ୍ରା ବିରୋଧରେ ନିକଟରେ ବଳିଷ୍ଠ ପ୍ରମାଣ ଥିବା ପୋଲିସ କହିଛି ।

Leave A Reply

Your email address will not be published.